Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଏବେ ବି କମିନାହିଁ ଧୋନୀଙ୍କ ଫିଟନେସ୍, ଘୋଡା ସହିତ ରେସ୍‌ ଲଗାଇ ଦେଖାଇଲେ ଦମ : ଭିଡିଓ ଭାଇରାଲ

14/06/2021 at 9:55 PM

ନୂଆଦିଲ୍ଲୀ ୧୪/ ୦୬ : ଆଇପିଏଲ ୨୦୨୧ ବାତିଲ ହୋଇଯିବା ପରେ ଏବେ ରାଞ୍ଚି ସ୍ଥିତ ନିଜ ଘରେ ସମୟ ବିତାଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କରୋନା ପାଇଁ ଅଧାରୁ ବାତିଲ ହୋଇଯାଇଥିଲା ଆଇପିଏଲ ସିଜିନ୍‌ -୧୪ । ଏହା ବିଦେଶୀ ଖେଳାଳୀମାନେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତୀୟ ଖଳେଳିମାନେ ମଧ୍ୟ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହି କ୍ରମରେ ଧୋନୀ ମଧ୍ୟ ରାଞ୍ଚିରେ ଥିବା ନିଜ ଘରେ ପରିବାର ସହିତ ସମୟ ବିତାଉଛନ୍ତି । ସୋସିଆଲ ମିଡିଆରେ କମ ଆକ୍ଟିଭ ରହୁଥିବା ମାହିଙ୍କ ପତ୍ନୀ ସାକ୍ଷୀ କିନ୍ତୁ ବେଶ ସକ୍ରିୟ ରହିଛନ୍ତି । ବେଳେବେଳେ ଫ୍ୟାନମାନେ ସୋସିଆଲ ମିଡିଆରେ ମାହିଙ୍କୁ ଦେଖିବାର ସୁଯୋଗ ମଧ୍ୟ ପାଆନ୍ତି । ନିକଟରେ ସାକ୍ଷୀ, ମାହିଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାଉଁଥିରେ ଧୋନୀ ତାଙ୍କର ନୂଆ ଘୋଡା ସହିତ ରେସ୍ ଲଗାଉଥିବା ଦେଖିବାକୁ ମିଳିଛି ।

ଆଇସିସି ବିଶ୍ବକପ ୨୦୧୯ ପରେ ଧୋନୀଙ୍କ ଫିଟନେସକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଅନେକ ଧୋନୀଙ୍କ ଫିଟନେସ୍‌ ନଥିବା କଥା ମଧ୍ୟ କହୁଥିଲେ । କିନ୍ତୁ ଘୋଡା ସହିତ ସେ ମଧ୍ୟ ବେଶ ଦୃତ ଗତିରେ ଦୌଡିଥିବା ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମାହିଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଧୋନୀଙ୍କ ଫିଟନେସ୍‌ ଏବେ ମଧ୍ୟ ବଜାୟ ରହିଛି । ଏହି ଭିଡିଓରେ ଧୋନି ତାଙ୍କ ଫାର୍ମ ହାଉସରେ ନୂଆ ପନି (ଘୋଡା) ସହିତ ଦୌଡୁଛନ୍ତି । ସାକ୍ଷୀଙ୍କ ଏହି ଭିଡିଓରେ ସୁରେଶ ରାଇନା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।

   Related Posts