Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସେନା ପୋଷାକରେ ଜୋତା ପଲିସ୍ କରୁଥିବା ନଜର ଆସିଲେ ଧୋନୀ : ଫ୍ୟାନ୍ କହିଲେ ହୃଦୟ ଜିତିନେଲେ ଆପଣ

8/08/2019 at 1:08 PM

ନୂଆଦିଲ୍ଲୀ ୮/୮: କ୍ରିକେଟର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜାମ୍ମୁ କାଶ୍ମୀରରେ ସେନାର ଡ୍ୟୁଟି କରୁଛନ୍ତି। ସେଠାରେ ସେ ସେନାର ଡ୍ୟୁଟି ସହ ଲୋକଙ୍କ ମନ ଜିତିବା ଭଳି କାମ ମଧ୍ୟ କରୁଛନ୍ତି। କାଶ୍ମୀରରେ ଧୋନିଙ୍କ ପ୍ରତିଦିନ ଗୋଟିଏ ଗୋଟିଏ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ କେବେ ଟେରିଟୋରିଆଲ ଆର୍ମି ସହ ଭଲିବଲ ଖେଳୁଥିବା ଦେଖାଯାଉଛନ୍ତି ତ କେବେ ସେ ଗୀତ ଗାଉଥିବା ନଜର ଆସୁଛନ୍ତି। କିନ୍ତୁ ଏବେ ତାଙ୍କର ଏପରି ଏକ ଫଟୋ ଭାଇରାଲ ହୋଇଛି ସେ ନିଜେ ତାଙ୍କର ଜୋତା ପଲିସ୍ କରୁଥିବା ନଜର ଆସିଛନ୍ତି।

ଧୋନି ଟେରିଟୋରିଆଲ ଆର୍ମିରେ କାମ କରିବା ପାଇଁ କ୍ରିକେଟରୁ ଦୁଇ ମାସର ବ୍ରେକ୍ ନେଇଛନ୍ତି। ସେ ଜୁଲାଇ ୩୧ ତାରିଖରେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ସେ ଅଗଷ୍ଟ ୧୫ତାରିଖରେ ନିଜ ବାଟାଲିୟନ ସହ ରହିବେ। ୨୦୧୧ରେ ଧୋନି ଟ୍ରେନିଙ୍ଗ କ୍ୟାମ୍ପରେ ସେନା ବିମାନରୁ ୫ଟି ପ୍ୟାରାଶୁଟ ଲମ୍ଫ ପ୍ରଦାନ କରି କ୍ଲାଲିଫାଏଡ ପ୍ୟାରାଟ୍ରୃପର ହୋଇଯାଇଥିଲେ।

ଏହା ପୂର୍ବରୁ ସୋଶିଆଲ ମିଡିଆରେ ଧୋନିଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଆର୍ମି ପୋଷାକରେ ଅଛନ୍ତି ଏବଂ ତାଙ୍କ ହାତରେ ଏକ ବ୍ୟାଟ୍ ରହିଛି ଯାହା ଉପରେ ସେ ଅଟୋଗ୍ରାଫ ଦେଉଥିବା ନଜର ଆସିଛନ୍ତି।

ଏହା ବ୍ୟତୀତ ଧୋନି ‘ମେ ପଲ ଦୋ ପଲ କା ସାୟର ହୁଁ’ ଗୀତ ଗାଉଥିବା ନଜର ଆସିଛନ୍ତି।

   Related Posts