ନୂଆ ଲୁକରେ ମାହି, ଫଟୋ ସେୟାର ହେବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ,୨୫/୦୧:  କରୋନା ଭାଇରସ କାରଣରୁ ୟୁଏଇରେ ଆଇପିଏଲ ଖେଳାଯାଇଥିଲା । ଏହି ଲିଗରେ ଚେନ୍ନାଇ ସୁପର କିଙ୍ଗସ୍ ଶୋଚନୀୟ ପରାଜୟର ସାମ୍ନା କରିଥିଲା । ଏହାପରଠୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରରେ ଅଛନ୍ତି । ନିକଟରେ ତାଙ୍କୁ ଫ୍ୟାନ୍ସମାନେ ମୁମ୍ବାଇରେ ଦେଖିଥିଲେ । ସେ ଏକ ବିଜ୍ଞାପନର ସୁଟିଂ ପାଇଁ ସେଠାରେ ପହଁଚିଥିଲେ । ଖେଳରୁ ଦୂରରେ ରହିବା ପରେ ଧୋନୀ ସେତେ ଆଉ ବାହାରକୁ ବାହାରୁ ନାହାଁନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କର ଏକ ଝଲକ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି ।

ଏବେ ଯେତେବେଳେ ଧୋନୀ ଫ୍ୟାନ୍ସଙ୍କ ଆଗକୁ ଆସିଥିଲେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଏହା ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକଦମ ଭିନ୍ନ ଦେଖାଯାଉଛନ୍ତି । ଧୋନୀ ନିଜ ହେୟାରଷ୍ଟାଇଲକେ ପରିବର୍ତ୍ତନ କରିଛନ୍ତି ।

{"id":397899,"sizeSlug":"large","linkDestination":"none"}

ଧୋନୀ ଗତ ୧ ବର୍ଷ ହେଲା ନିଜର ଲୁକକୁ ଅନେକ ଥର ପରିବର୍ତ୍ତନ କରିଛନ୍ତି । ଲକଡାଉନରେ ସେ ଧଳା ଦାଢିରେ ମଜର ଆସିଥିଲେ । ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇ ପଡିଥିଲା । ଆଇପିଏଲ ୨୦୨୦ରେ ମଧ୍ୟ ସେ ତାଙ୍କର ଲୁକ୍ ପରିବର୍ତ୍ତନ କରିଥିଲେ । ଏବେ ନୂଆ ବର୍ଷରେ ଧୋନୀ ପୁଣି ନୂଆ ଲୁକରେ ନଜର ଆସିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି ।

ମାହି ଗଣମାଧ୍ୟମରୁ ଦୂରରେ ରହୁଛନ୍ତି । ତେଣୁ ଫ୍ୟାନ୍ସମାନଙ୍କୁ ନିଜର ଫେଭରେଟ୍ କ୍ରିକେଟରଙ୍କୁ ଦେଖିବା ପାଇଁ ଆଇପିଏଲ ୨୦୨୧ ଯାଏଁ ଅପେକ୍ଷା କରିବାକୁହେବ । ସେ ଗତବର୍ଷ ଅଗଷ୍ଚ ୧୫ ତାରିଖରେ ଅନ୍ତରାଷ୍ଚ୍ରୀୟ କ୍ରିକେଟରୁ ଅଲବିଦା କହିଥିଲେ । ତେବେ ସେ ୨୦୨୧ ଆଇପିଏଲ ଖେଳିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.