IPL ପୂର୍ବରୁ ନୂଆ ଲୁକ୍‌ରେ କ୍ୟାପଟେନ କୁଲ୍, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଫଟୋ

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦/୭: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ । ଯଦିଓ ସେ କ୍ରିକେଟ ମୈଜଦାନରେ ଦୂରରେ ଅଛନ୍ତି ତଥାପି ସେ ଲୋକଙ୍କ ପ୍ରଶଂସାର ପାତ୍ର ରହିଥାନ୍ତି । ଏବେ ପୁଣିଥରେ କ୍ୟାପଟେନ କୁଲ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଧୋନୀ ନିଜର ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ପୋସକରେ ଅଛନ୍ତି ।

wp:html
/wp:html

ଆଉ ତାଙ୍କର ହେୟାର ଷ୍ଟାଇଲକୁ ବି ଲୋକେ ବହୁତ ପ୍ରଶଂସା କରୁଛନ୍ତି । ତାଙ୍କ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଇନଷ୍ଟା ଏହି ଫଟୋ ପୋଷ୍ଟ କରିଛନ୍ତି । ଯାହାକି ବେଶ୍ ପପୁଲାର ହୋଇଛି । ନିଜର କ୍ରିକେଟ କ୍ୟାରିୟର ମଧ୍ୟରେ ମାହି ନିଜର ନୂଆ ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । କେତେବେଳ ଲମ୍ୱା କେଶ ତ ଆଉ ବିଶ୍ୱବିଜେତା ପରେ ନିଜର ମୁଣ୍ଡନ କରିବା ।

ଏପରି ସେ ସବୁବେଳେ ଦର୍ଶକଙ୍କ ଫୋକସରେ ରହିଥାନ୍ତି । ଏବେ ସେ ଆଇପିଏଲ ପାଇଁ ପ୍ରିପେୟାର ହେଉଛନ୍ତି । ଆଉ ଫଟାଫଟ କ୍ରିକେଟ ପୂର୍ବରୁ ନିଜର ଲୁକ ଚେଞ୍ଚ କରିବାକୁ ନେଇ ଏବେ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । କେବଳ ଗୋଟିଏ ଅପେକ୍ଷା କେବେ ମାହି ମୈଦାନକୁ କରିବେ ଏଣ୍ଟ୍ରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.