ସନ୍ୟାସ ନେବାପରେ ଚାଷୀଙ୍କ ପାଇଁ କାମ କରିବେ ଧୋନୀ !

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି | ଗତବର୍ଷ ବିଶ୍ୱକପ ପରେ ପରେ ଧୋନୀ ପ୍ରାୟତଃ କ୍ରିକେଟରୁ ଦୁରେଇ ଯାଇଥିଲେ | ସେବେଠାରୁ ତାଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି | କ୍ରିକେଟରୁ ଦୂରେଇବା ପରେ ଧୋନୀ ଆର୍ମିରେ ଟ୍ରେନିଂ ନେଇଥିଲେ | ସେତେବେଳେ ସେ ଟେନିସ, ଗଲ୍ଫ ମଧ୍ୟ ଖେଳିଛନ୍ତି | ସେତେବେଳେ ସେ ୮ ଲକ୍ଷର ଏକ ଟ୍ରାକ୍ଟର ମଧ୍ୟ କିଣିଥିଲେ | ଟ୍ରାକ୍ଟରରେ ତାଙ୍କୁ କ୍ଷେତରେ ମଧ୍ୟ ଦେଖିବାକୁ ମିଳିଥିଲା | ଭବିଷ୍ୟତରେ ସେ ଅର୍ଗାନିକ ଫାର୍ମ କରିବେ ବୋଲି ମଧ୍ୟ କୁହାଯାଉଥିଲା |

{"id":315545,"sizeSlug":"large"}

ବର୍ତ୍ତମାନ ଖବର ଆସୁଛି ଯେ କ୍ରିକେଟରୁ ସନ୍ୟାସ ନେବାପରେ ଧୋନୀ ଅର୍ଗାନିକ ଫାର୍ମିଙ୍ଗ ଏବଂ ଚାଷୀଙ୍କ ପାଇଁ କୌଣସି ବଡ ପଦକ୍ଷେପ ନେଇପାରନ୍ତି | ଏବିପି ଖବର ଅନୁସାରେ ଧୋନୀ ଚାଷୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ନ୍ୟୁ ଗ୍ଲୋବାଲ ନାମକ ଏକ ବ୍ରାଣ୍ଡ ମଧ୍ୟ ନେବାକୁ ଯାଉଛନ୍ତି |

{"id":315546,"width":567,"height":315,"sizeSlug":"large"}

ଧୋନୀ ଆରମ୍ଭରୁ ହିଁ କ୍ରିକେଟ ଛଡା ଦେଶ ପାଇଁ କିଛି କରିବାକୁ ମନ ବଳାଇଥିଲେ | ସେଥିପାଇଁ ସେ ଚାଷୀଙ୍କୁ ସାହାଯ୍ୟ କରିବାକୁ ଯୋଜନା କରୁଛନ୍ତି | ଖବର ଅନୁଯାୟୀ, ଧୋନୀ ଦୂର ଦୁରାନ୍ତର ଚାଷୀଙ୍କ ପାଇଁ କମ ଦାମରେ ଶସ୍ତା ସାରା ପହଞ୍ଚାଇବାକୁ ଚାହୁଁଛନ୍ତି | ଏଥିପାଇଁ ଧନୀଙ୍କ କମ୍ପାନୀ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରୁଛି |

{"id":315549,"sizeSlug":"large"}

କେବଳ ଚାଷୀଙ୍କ ପାଇଁ ନୁହେଁ ବରଂ ଗରିବ ଓ ପ୍ରତିଭାଶାଳୀ ପିଲାଙ୍କୁ ପାଠ ମଧ୍ୟ ପଢାଇବାକୁ ଚାହୁଁଛନ୍ତି | ସେଥିପାଇଁ ଗ୍ଲୋବାଲ ସ୍କୁଲ କରିବାକୁ ଯୋଜନା କରୁଛନ୍ତି | ତେବେ ଧୋନୀ ସମ୍ପୂର୍ଣ ଭାବେ ଅର୍ଗାନିକ ଫାର୍ମ କରିବେ ନା ଚାଷୀଙ୍କୁ ବି ସାହାଯ୍ୟ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ | ଧୋନୀ ଜୁନ ମାସରେ ୮ ଲକ୍ଷ ଟଙ୍କାର ଏକ ଟ୍ରାକ୍ଟର କିଣିଥିଲେ | ରାଞ୍ଚିରେ ଧୋନୀଙ୍କ ଫାର୍ମହାଉସ ୭ ଏକର ଜମିରେ ରହିଛି | ଏହି ଜମିରେ ସେ ଏକ ଆକର୍ଷଣୀୟ ଘର ତିଆରି କରିଛନ୍ତି | ଏହି ଫାର୍ମହାଉସରେ ସେ ଏକ ବଡ ପାର୍କ ମଧ୍ୟ ତିଆରି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.