Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀ ଭଲ କ୍ରିକେଟର ଆଉ ହୃଦୟବାନ : ସହଯାତ୍ରୀଙ୍କ ସୁବିଧା ପାଇଁ ବିମାନରେ ଛାଡିଲେ ନିଜ ସିଟ୍, ପ୍ରଶଂସକ କହିଲେ ସାବାସ୍

22/08/2020 at 5:37 PM

ନୂଆଦିଲ୍ଲୀ, ୨୨|୦୮  : କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ତେବେ ସେ କେବଳ କ୍ରିକେଟ ନୂହେଁ ଅନେତ ଥର ମହାନତା ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ସର୍ବଦା ଅନ୍ୟ ପାଇଁ କିଛି କରିବାକୁ ଚାହାଁନ୍ତି । ପୁଣିଥରେ ଧୋନୀ ନିଜ ମହାନତାର ପରିଚୟ ଦେଇଛନ୍ତି । ସେ ୟୁଏଇ ଯାତ୍ରା କରୁଥିବା ବେଳେ ନିଜ ସିଟ୍ ଆଉ ଜଣଙ୍କୁ ଦେଇ ଦେଇଥିଲେ ।

ଧୋନୀ ଟିମ୍ ସହ ଆଇପିଏଲ ପାଇଁ ୟୁଏଇ ଗସ୍ତ କରିଛନ୍ତି । ବିମାନରେ ଧୋନୀ ଇକୋନୋମି କ୍ଲାସର ପାସେଞ୍ଜରଙ୍କ ସହ ନିଜ ସିଟ୍ ବଦଳାଇଛନ୍ତି । କାରଣ ପାସେଞ୍ଜରଜଣଙ୍କ ନିଜ ଲମ୍ବା ଗୋଡ ପାଇଁ ବସିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଜର୍ଜ ନାମକ ଏକ ବ୍ୟକ୍ତି ନିଜ ଟ୍ୱିଟରରେ ଏହାର ଭିଡିଓ ଅପଲୋଡ କରିବା ସହ ଏ ବାବଦରେ ସୂଚନା ଦେଇଛନ୍ତି । ସେହି ପାସେଞ୍ଜରଙ୍କ ପୋଷାକରୁ ସେ ଦଳର ସଦସ୍ୟ ନଥିବା ଜଣାପଡିଥିଲା ।

ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ସେହି ବ୍ୟକ୍ତି ଯିଏ କି କ୍ରିକେଟରେ ସବୁକିଛି ହାସଲ କରିଛନ୍ତି ସେ ମହନତାର ପରିଚୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ନିକଟକୁ ଆସି ଧୋନୀ କହିଥିଲେ ଯେ, ଆପଣଙ୍କ ଗୋଡ ଲମ୍ବା ଅଛି, ବସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣ ମୋ ସିଟ୍‌ରେ ବସିଯାନ୍ତୁ ବୋଲି ଧୋନୀ କହିଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ଖେଳାଳିଙ୍କ ପାଇଁ ବିଜନେସ୍ କ୍ଲାସରେ ସିଟ୍ ରିଜର୍ଭ ରହିଥାଏ ।

   Related Posts