ଟିମ୍ ଇଣ୍ଡିଆକୁ ଫେରିବାକୁ ବ୍ୟାକୁଳ ଧୋନୀ, ନେଟରେ କରୁଛନ୍ତି ଝାଳବୁହା ଅଭ୍ୟାସ୍

Published By : Prameya-News7 Bureau | March 09, 2020 IST

ଚେନ୍ନାଇ ୦୯।୦୩- ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶେଷ ଥର ପାଇଁ ୨୦୧୯ ବିଶ୍ଵ କପ୍ ସେମି ଫାଇନାଲ ମ୍ୟାଚରେ ନୀଳ ଜର୍ସି ପିନ୍ଧିଥିଲେ। ଉକ୍ତ ମ୍ୟାଚରେ ମାର୍ଟିନ ଗୁପଟିଲଙ୍କ ଏକ ଥ୍ରୋ ଷ୍ଟମ୍ପରେ ଲାଗିବା ମାତ୍ରେ ଧୋନୀଙ୍କ ଇନିଂସ ଏବଂ ବିଶ୍ଵ କପରେ ଭାରତର ଅଭିଯାନ ଉପରେ ପୂର୍ଣ୍ଣଛେଦ ପକାଇଥିଲା। ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ଵ କପ ପରେ ଧୋନୀ କ୍ରିକେଟରୁ ଅବସର ନେଇଯିବେ ବୋଲି ଅନୁମାନ କରାଯାଉଥିଲା। ହୋଇପାରେ ତାଙ୍କୁ ଆଇପିଏଲରେ କ୍ରିକେଟ୍ ଖେଳିବା ଦେଖିବାକୁ ମିଳିପାରେ ମାତ୍ର ଭାରତୀୟ ଦଳର ନୀଳ ଜର୍ସିରେ ତାଙ୍କୁ ଆଉ ଦେଖିବାକୁ ମିଳିନପାରେ।

ନିଜର ସନ୍ନ୍ୟାସ ନେଇ ଜାରି କଳ୍ପନା ଜଳ୍ପନାକୁ ଧୋନୀ ଆହୁରି ଧାର ଦେଇଥିଲେ ସେତେବେଳେ ଯେବେ ସେ ବିଶ୍ଵ କପ ପରଠୁ ଆଠ ମାସ ହେବ କ୍ରିକେଟରୁ ନିଜକୁ ଦୂରେଇ ରଖିଲେ। ମାତ୍ର ସମସ୍ତଙ୍କୁ ଏହା ଜଣା ଥିଲା ଯେ ସେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ନିଶ୍ଚୟ ନଜର ଆସିବେ। ଏହି ପରି ଧୋନୀ ନା ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ନା ଟିମ୍ ଇଣ୍ଡିଆ ପକ୍ଷରୁ ପୁନର୍ବାର ଖେଳିଲେ। ମାତ୍ର ଏହି ପ୍ରଶ୍ନ ଲୋକଙ୍କ ମନରେ ସର୍ବଦା ଉଠୁଥିଲା ଯେ, କଣ ମିଷ୍ଟର କୁଲ ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳରେ ନଜର ଆସିବେ।

wp:core-embed/twitter {"url":"https://twitter.com/ChennaiIPL/status/1234487950274023426?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fipl-2020-ms-dhoni-is-practicing-hard-to-make-comeback-in-team-india%2Farticleshow%2F74545990.cms","type":"rich","providerNameSlug":"twitter","className":""}
https://twitter.com/ChennaiIPL/status/1234487950274023426?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fipl-2020-ms-dhoni-is-practicing-hard-to-make-comeback-in-team-india%2Farticleshow%2F74545990.cms
/wp:core-embed/twitter

ବିସିସିଆଇର ଅଧିକାରୀଙ୍କ ମଧ୍ୟରୁ ଏମିତି ଅନେକ ନାମ ରହିଛି, ଯେଉଁମାନେ ଧୋନୀଙ୍କୁ ଏବେ ଭାରତୀୟ କ୍ରିକେଟ୍ ଦଳରେ ଖେଳିବାକୁ ଦାବିଦାର ମାନନ୍ତି ନାହିଁ କାରଣ ସେ ଗତ  ଆଠ ମାସ ହେବ କ୍ରିକେଟରୁ ଦୂରେଇ ରହିଛନ୍ତି। ମାତ୍ର ଏମିତି କ୍ରିକେଟ୍ ବିଶେଷଜ୍ଞଙ୍କ ଅଭାବ ନାହିଁ, ଯେଉଁମାନେ ଭାବନ୍ତି ଯେ, ଯଦି ଆଇପିଏଲର ଚଳିତ ସଂସ୍କରଣରେ ଧୋନୀଙ୍କ ପୂର୍ବ ବେଳର ଯାଦୁ ଦେଖିବାକୁ ମିଳେ ତେବେ ମାମଲା ଓଲଟିବାରେ ଅଧିକ ସମୟ ଲାଗିବ ନାହିଁ। ଯଦି ଧୋନୀ ନିଜର ବ୍ୟାଟିଂ ବଳରେ ସିଏସକେକୁ କିଛି ମ୍ୟାଚ୍ ଜିତାଇ ଦେବେ ତେବେ ପୁଣି ଥରେ ମାହୋଲ ବଦଳି ଯିବ। ଏହା ସହିତ ଟି-୨୦ କ୍ରିକେଟ୍ ବିଶ୍ଵ କପରେ ଧୋନୀଙ୍କୁ ଖେଳାଇବା ନେଇ ଦାବି ଜୋର ଧରିବ।

wp:core-embed/twitter {"url":"https://twitter.com/ChennaiIPL/status/1236319595700449280?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fipl-2020-ms-dhoni-is-practicing-hard-to-make-comeback-in-team-india%2Farticleshow%2F74545990.cms","type":"rich","providerNameSlug":"twitter","className":""}
https://twitter.com/ChennaiIPL/status/1236319595700449280?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fipl-2020-ms-dhoni-is-practicing-hard-to-make-comeback-in-team-india%2Farticleshow%2F74545990.cms
/wp:core-embed/twitter

ସିଏସକେ ସହିତ ଧୋନୀଙ୍କ ଟ୍ରାକ ରେକର୍ଡ ଦେଖିଲେ ଏହା ମୁସ୍କିଲ ଲାଗୁ ନାହିଁ। ସିଏସକେର ୧୧ ସଂସ୍କରଣରେ ଧୋନୀଙ୍କ ପ୍ରଦର୍ଶନ ଦମଦାର ରହିଛି। ଏହା ମଧ୍ୟରେ ସିଏସକେ ମ୍ୟାନେଜମେଣ୍ଟଙ୍କ ସହିତ ତାଙ୍କର ସଂପର୍କ ଦୃଢ ରହିଛି। ଏଥର ଧୋନୀ ଆଇପିଏଲ ଜରିଆରେ ଦୁନିଆକୁ ଏହା ଦେଖାଇବାକୁ ପଡିଆକୁ ଓହ୍ଲାଇବେ ଯେ, ଏବେ ମଧ୍ୟ ତାଙ୍କ ଠାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିବାର ସାମର୍ଥ୍ୟ ରହିଛି। ଅନେକ ବିଶେଷଜ୍ଞଙ୍କ କହିବା କଥା ଧୋନୀ ନିଜର ପ୍ରତିଷ୍ଠା ଦମରେ ନୁହଁ ବରଂ ନିଜର ପ୍ରଦର୍ଶନ ବଳରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଚଳିତ ଆଇପିଏଲ ଟୂର୍ଣ୍ଣାମେଣ୍ଟ ତାଙ୍କ ଲାଗି ବହୁତ ଖାସ୍ ରହିଛି।

ଏବେ ଧୋନୀ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ୍ କରୁଛନ୍ତି। ଦଳର  ବୋଲିଂ କୋଚ୍ ଲକ୍ଷ୍ମୀପ୍ରତି ବାଲାଜୀ କହିଛନ୍ତି ଯେ, ଧୋନୀ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଅଭ୍ୟାସରେ କୌଣସି ତ୍ରୁଟି କରୁନାହାନ୍ତି। ଏବେ ସେ ଜୋରଦାର ଅଭ୍ୟାସ୍ ଚଳାଇଛନ୍ତି। ଏହାର ଅର୍ଥ ଧୋନୀ ଭାରତୀୟ ଦଳର ନୀଳ ଜର୍ସି ସହିତ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.