ମନ୍ଦିରରେ ଦେବୀ ମା'ଙ୍କ ପୂଜାର୍ଚ୍ଚନା କଲେ ଧୋନୀ, ଫ୍ୟାନ୍ସଙ୍କ ସହ ନେଲେ ସେଲ୍ଫି, ଦେଖନ୍ତୁ ଫଟୋ

Published By : Prameya-News7 Bureau | February 27, 2021 IST

ରାଞ୍ଚୀ,୨୭/୦୨:  ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ରାଞ୍ଚୀ ସ୍ଥିତ ତମାଡରେ ଥିବା ପ୍ରସିଦ୍ଧ ଦିବଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ଧୋନୀ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସମୟରେ ଧୋନୀଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍ସମାନେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଥିଲେ ।

{"id":415301,"sizeSlug":"large","linkDestination":"none"}

ରାଞ୍ଚୀରୁ କିଛି ବାଟ ଦୂରରେ ଥିବା ତମାଡରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ମନ୍ଦିରର ମୁଖ୍ୟ ପୂଜାରୀ ପଣ୍ଡିତ ମନୋଜ ପଣ୍ଡା ଓ ପଣ୍ଡିତ ନରସିଂହ ପଣ୍ଡା ବିଦ୍ଧିବିଧାନ ସହ ଧୋନୀଙ୍କ ପାଇଁ ପୂଜା କରିଥିଲେ । ଧୋନୀ ପ୍ରାୟ ୨୨ ମିନିଟ୍ ଧରି ମନ୍ଦିରରେ ରହିଥିଲେ ।ଧୋନୀ ମନ୍ଦିରରେ ପହଁଚିବା ପରେ ଶ୍ରଦ୍ଧାଳୁଙ୍କ ସମେତ ଅନ୍ୟମାନେ ତାଙ୍କର ଏକ ଝଲକ ଦେଖିବା ପାଇଁ ପାଗଳ ପ୍ରାୟ ହୋଇଯାଇଥିଲେ । ଅନେକ ଧୋନୀଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ଧୋନୀ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ସେ ସେମାନଙ୍କ ସହ ଫଟୋ ନେଇଥିଲେ ।

{"id":415302,"sizeSlug":"large","linkDestination":"none"}

କୁହାଯାଉଛି ଯେ, ଧୋନୀ ଦିବଡୀ ମନ୍ଦିର ଯାଉଥିବା ଖବର ପ୍ରଶାସନ ପାଖରେ ଥିଲା । ତେଣୁ ମନ୍ଦିରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମାହି ନିଜ ବନ୍ଧୁ ଚିଣ୍ଟୁଙ୍କ ସହ ମାତାଙ୍କ ଆଶୀର୍ବାଦ ନେବାକୁ ପହଁଚିଥିଲେ । ଦର୍ଶନ ପରେ ସେ ରାଞ୍ଚୀ ଫେରି ଯାଇଥିଲେ ।

{"id":415303,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, ଧୋନୀ ଏବେ ରାଞ୍ଚୀସ୍ଥିତ ନିଜ ଫାର୍ମ ହାଉସରେ ଅନେକ ସମୟ ଅତିବାହିତ କରୁଛନ୍ତି । ଗତ କିଛି ସମୟ ଧରି ତାଙ୍କ ଫାର୍ମ ହାଉସର ପନିପରିବା ଚର୍ଚ୍ଚାରେ ରହିଛି । ତାଙ୍କ ଫାର୍ମ ହାଉସର ପନିପରିବାକୁ ଲୋକେ ସଙ୍ଗେସଙ୍ଗେ କିଣି ନେଉଛନ୍ତି ।

{"id":415304,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.