Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଲମ୍ୱା ନିଶ, ହିମାଚଳୀ ଟୋପି ସହ ମାହିଙ୍କ ପାହାଡୀ ଲୁକ୍ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

22/06/2021 at 10:50 AM

ନୂଆଦିଲ୍ଲୀ ୨୨/୬ : ସୋସିଆଲ ମିଡିଆରେ ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି ମହେନ୍ଦ୍ର ସିଂହ ଧୋନୀ । ଯଦିଓ ତାଙ୍କର ଜନ୍ମ ଝାଡ଼ଖଣ୍ଡ, କିନ୍ତୁ ମନ ତାଙ୍କର ପାହାଡୀ । ମାହୀଙ୍କ ପିତା ପାନ ସିଂହ ଚାକିରୀ ପାଇଁ ହିମାଚଳ ପ୍ରଦେଶରୁ ଯାଇ ରାଂଚୀରେ ରହୁଥିଲେ । ସେହିଦିନ ଠାରୁ ତାଙ୍କର ପରିବାର ରାଞ୍ଚିରେ ରୁହନ୍ତି । ଧୋନୀ ଏବେ ହିମାଚଳ ପ୍ରଦେଶରେ ଛୁଟି ବିତାଉଛନ୍ତି ।
ହେଲେ ଏହି ଛୁଟି ସମୟରେ ତାଙ୍କୁ ଏବେ ବିଭିନ୍ନ ଲୁକରେ ଦେଖିବାକୁ ମିଳୁଛି, ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ହିଲ୍ସର ରାଣୀ ଶିମଲାରେ ପହଞ୍ଚିବା ପରେ ଧୋନି ଶିମଲାର ବାଇପାସ୍ ରୋଡ୍ର କାନଲୋଗରେ ରହିଛନ୍ତି । ସେଠାରେ ତାଙ୍କ ସଂଗରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହିତ ଅଛନ୍ତି ।

ମାହିଙ୍କ ପ୍ରଶଂସକଙ୍କୁ ଯେମିତି ସୂଚନା ମିଳିଥିଲା ଯେ, ତାଙ୍କର ପ୍ରିୟ କ୍ରିକେଟର ଶିମଲାରେ ବୁଲୁଛନ୍ତି । ତାଙ୍କର ଟିକିଏ ଝଲକ ପାଇବାକୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ତେବେ ଦେଖିବାକୁ ମିଳିଥିଲା ଧୋନୀଙ୍କର ଏକ ଅନୋଖା ଲୁକ୍ । ବଡ଼ ନିଶ ଓ ହିମାଚଳୀ ଟୋପି ତାଙ୍କର ଲୁକକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ତେବେ ମାହି ମଧ୍ୟ ନିଜର ପ୍ରଶଂସକଙ୍କୁ ନିରାଶ କରିନଥିଲେ ।

ନିଜର ବନ୍ଧୁଙ୍କ ସହିତ ଏକାଠି ଉଠାଇଥିଲେ ଫଟୋ । ଆଉ ତାଙ୍କୁ ଭେଟିବାକୁ ଆସିଥିବା ଜଣେ ପ୍ରଶଂସକ ତାଙ୍କୁ ୪ଟି କ୍ରିକେଟ ବ୍ୟାଟ ଉପହାର ଦେଇଥିଲା । ଧୋନୀ ପ୍ରଶଂସକଙ୍କୁ ବହୁ ପ୍ରଶଂସା କରିଥିଲେ । ଏହ ବ୍ୟାଟ ଗୁଡ଼ିକ ଶିମଲାରେ ତିଆରି ହୋଇଥିଲା ।

   Related Posts