‘ସୂର୍ଯ୍ୟବଂଶୀ’ ରେ ଅଭିନୟ କରିଛନ୍ତି ଏମ୍ ଏସ୍ ଧୋନୀ ! ସୁଟିଂ ସେଟ୍‌ରୁ ଭାଇରାଲ୍ ହେଉଛି ଫଟୋ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ସବୁଆଡେ ପ୍ରାଧାନ୍ୟ ବିସ୍ତାର କରିଛି। ୧୩୦୦ ସ୍କ୍ରିନ୍ ସହିତ ରିଲିଜ୍ କରିଥିବା ଏହି ଫିଲ୍ମର କ୍ରେଜ୍ ସବୁଠାରେ ଦେଖାଯାଉଛି। ଲୋକମାନେ ସୋସିଆଲ ମିଡିଆରେ ସୂର୍ଯ୍ୟବଂଶୀ ବିଷୟରେ କ୍ରମାଗତ ଭାବରେ କିଛି ନା କିଛି କମେଣ୍ଟ ଦେଉଛନ୍ତି। ଏହି ସମୟରେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତା ଗୁଲଶନ ଗ୍ରୋଭରଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ମହେନ୍ଦ୍ର ସିଂ ଧୋନି ଗୁଲଶନ ଗ୍ରୋଭରଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ସହିତ ସେୟାର ହୋଇଥିବା କ୍ୟାପସନ୍ ଦେଖିବା ପରେ ଲୋକମାନେ କନଫ୍ୟୁଜ୍ ହୋଇଯାଇଛନ୍ତି। ଲୋକମାନେ ଅନୁମାନ କରୁଛନ୍ତି ଯେ ମହେନ୍ଦ୍ର ସିଂ ଧୋନି ଅକ୍ଷୟ କୁମାରଙ୍କ ଫିଲ୍ମରେ ଅଭିନୟ କରିଛନ୍ତି।

wp:html /wp:html

ସାମ୍ନାକୁ ଆସିଥିବା ଏହି ଫଟୋରେ ଗୁଲଶନ ଗ୍ରୋଭର ତାଙ୍କ ଚରିତ୍ରର ଗେଟଅପରେ ନଜର ଆସିଛନ୍ତି। ଅଭିନେତା ଏକ ଧଳା କୁର୍ତ୍ତା ଏବଂ କଳା ନେହେରୁ ଜ୍ୟାକେଟ୍ ପିନ୍ଧିଛନ୍ତି । ଫଟୋରେ ଏମଏସ ଧୋନି ଧଳା ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି। ଟ୍ୱିଟରରେ ଏହି ଫଟୋ ସେୟାର କରି ଗୁଲଶନ ଗ୍ରୋଭର ଲେଖିଛନ୍ତି, 'ସୂର୍ଯ୍ୟବଂଶୀ ସେଟରେ ଏମଏସ ଧୋନି ଭାଇଙ୍କ ସହ। ଏମଏସ ଧୋନି ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି ନା ଆମେ ଗୋଟିଏ ଷ୍ଟୁଡିଓରେ ସୁଟିଂ କରିଛୁ?'

ଅକ୍ଷୟ କୁମାର ଫିଲ୍ମ ସୂର୍ଯ୍ୟବଂଶୀରେ ଆତଙ୍କବାଦ ବିରୋଧୀ ସ୍କ୍ୱାଡ ମୁଖ୍ୟ ଡିସିପି ଭୀର ସୂର୍ଯ୍ୟବଂଶୀ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ କ୍ୟାଟ୍ରିନ୍ କୈଫ୍ ଡକ୍ଟର ଚରିତ୍ର ଗ୍ରହଣ କରିଛନ୍ତି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.