Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଧୋନୀ, ତାଙ୍କ ରୋଜଗାର କେତେ ଜାଣନ୍ତି ?

11/12/2020 at 4:04 PM

ନୂଆଦିଲ୍ଲୀ, ୧୧|୧୨: ଆଇପିଏଲ-୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିଲା । କହିବାକୁ ଗଲେ ଗତ ଆଇପିଏଲ ଚେନ୍ନାଇ ପାଇଁ କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ । କିନ୍ତୁ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଅଟନ୍ତି ।  ଆଜିଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳି ସେ ସବୁଠାରୁ ଅଧିକ ଟଙ୍କା ଆୟ କରିଛନ୍ତି ।

ଇନସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁସାରେ, ଧୋନୀ ଆଇପିଏଲ ଖେଳିବା ବେଳେ ପ୍ରାୟ ୧୩୭ କୋଟି ଟଙ୍କା ଆୟ କରିଛନ୍ତି । ଏହି ଅର୍ଥରେ ପୁରସ୍କାର ରାଶିକୁ ସାମିଲ କରାଯାଇ ନାହିଁ ।  ସେ ଆଇପିଏଲ ୨୦୦୮ରେ ଚେନ୍ନାଇ ଦଳରେ ସାମିଲ ହୋଇଥିଲେ । ସେହି ସମୟରେ ତାଙ୍କୁ ୧୫ ଲକ୍ଷ ଟଙ୍କାରେ ଦଳ କିଣିଥିଲା । ପରେ ସେ ଅଧିନାୟକ ହୋଇଥିଲେ ।

ତାଙ୍କ ନେତୃତ୍ୱରେ ଚେନ୍ନାଇ ୩ ଥର ଚାମ୍ପିଅନ ହୋଇଛି । ଏହାସହ ସେ ସବୁଠାରୁ ଅଧିକ ଲୋକପ୍ରିୟ ଖେଳାଳି ଅଟନ୍ତି । ଆହୁରି ମଧ୍ୟ ତାଙ୍କ ଆୟ ମଧ୍ୟ ଅଧିକ । ୨୦୧୧ରୁ ୨୦୧୩ ମଧ୍ୟରେ ସେ ବାର୍ଷିକ ପ୍ରାୟ ୮.୨ କୋଟି ଟଙ୍କା ଆୟ କରୁଥିଲେ । ୨୦୧୪ ଓ ୨୦୧୫ରେ ୧୨.୫ କୋଟି ଟଙ୍କା ଆୟ କରିଥିଲେ । ସେହିପରି ୨୦୧୮ରୁ ୨୦୨୦ରେ ସେ ୪୫ କୋଟି ଟଙ୍କା ଆୟ କରିଥିଲେ ।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । ସେ ୧୩୧ ଟଙ୍କା ଆୟ କରିଥିବା ବେଲେ ବିରାଟ କୋହଲି ୧୨୬ କୋଟି ଟଙ୍କା ଆୟ କରିଛନ୍ତି ।

   Related Posts