Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବସର ନେବା ପରେ ଧୋନୀଙ୍କୁ ମିଳିଲା ବଡ ଅଫର୍, ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି କହିଲେ…

16/08/2020 at 3:05 PM

ନୂଆଦିଲ୍ଲୀ, ୧୬|୦୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଶନିବାର ସେ ଅବସର ଘୋଷଣା କରିଛନ୍ତି । ତେବେ ଆଇପିଏଲରେ ଖେଳିବେ ବୋଲି ମଧ୍ୟ କହିଛନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଦି ହଣ୍ଡ୍ରେଡ୍ ଲିଗର ଲଣ୍ଡନ୍ ସ୍ପିରିଟ୍ ଟିମ୍‌ର ମୁଖ୍ୟ କୋଚ୍ ଶେନ୍ ଓ୍ୱର୍ଣ୍ଣ ଧୋନୀଙ୍କ ଏକ ଅଫର୍ ଦେଇଛନ୍ତି ।

ଦି ହଣ୍ଡ୍ରେଡ୍ ଲିଗ୍ ଆସନ୍ତା ବର୍ଷ ଇଂଲଣ୍ଡରେ ଖେଳାଯିବ । ଓ୍ୱର୍ଣ୍ଣ ଧୋନୀଙ୍କୁ ସ୍ପିରିଟ୍ ଟିମ୍ ତରଫରୁ ଖେଳିବା ପାଇଁ ଅଫର୍ ଦେଇଛନ୍ତି । ଦି ହଣ୍ଡ୍ରେଡ୍ ଇଂଲଣ୍ଡ  କ୍ରିକେଟ୍ ବୋର୍ଡର ଏକ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ୮ଟି ଟିମ୍‌କୁ ନେଇ ଆରମ୍ଭ ହେବ । ପ୍ରତି ଟିମ୍ ତରଫରୁ ୧୦୦ ବଲ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ କରୋନା ଭାଇରସ ପାଇଁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।

ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ ଖେଳିବେ । ତେବେ ସେ ଅନ୍ୟ ଫ୍ରାଞ୍ଚାଇଜଡ୍ ବେସଡ୍ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଧୋନୀ ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ପହଁଚିବା ପରେ ଇନଷ୍ଟାଗ୍ରାମରେ ନିଜ ଅବସର ବାବଦରେ ସୂଚନା ଦେଇଥିଲେ । ସେ ଏକ ଭିଡିଓ ପୋଷ୍ଟ କରି ଅବସର ବାବଦରେ କହିଥିଲେ ।

   Related Posts