Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଟିମ୍ ଇଣ୍ଡିଆରୁ ବାହାରେ ବସିଥିବା ଏମଏସ ଧୋନୀ ହେଲେ ଭାବୁକ, କହିଲେ- ମୁସ୍କିଲ ପରିସ୍ଥିତିରେ ମୋର …

4/03/2020 at 3:55 PM

ଚେନ୍ନାଇ ୦୪।୦୩- ମହେନ୍ଦ୍ର ସିଂହ ଧୋନୀ ଏମିତି ଜଣେ କ୍ରିକେଟର ଯିଏ ନିଜ ମନର ଭାବନାକୁ ସହଜରେ ପରିପ୍ରକାଶ କରନ୍ତି ନାହିଁ। ପଡିଆରେ ପରିସ୍ଥିତି ଯେମିତି ଥାଉନା କାହିଁକି ଧୋନୀ ସର୍ବଦା ଶାନ୍ତ ଥାନ୍ତି। ଏଥିପାଇଁ ତାଙ୍କୁ କ୍ୟାପଟେନ୍ କୁଲ କୁହାଯାଏ। ମାତ୍ର ଆଇପିଏଲ ୨୦୨୦ ପୂର୍ବରୁ ଚେନ୍ନାଇ ପହଞ୍ଚିଥିବା ଧୋନୀ ଭାବୁକ ହୋଇ ପଡିଛନ୍ତି। ଧୋନୀ ବଡ ବୟାନ ଦେଇ କହିଛନ୍ତି ଯେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ ଉନ୍ନତ ଖେଳାଳି ଭାବେ ଗଢି ତୋଳିଛି ଏବଂ ଫ୍ରାଞ୍ଚାଇଜି ମୁସ୍କିଲ ପରିସ୍ଥିତିର ମୁକାବିଲା ପାଇଁ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି।

ଭାବୁକ ହେଲେ ଧୋନୀ

ଷ୍ଟାର୍ ସ୍ପୋର୍ଟ୍ସ ସୋରେ ଧୋନୀ ବଡ ବୟାନ ଦେଇ କହିଛନ୍ତି ଯେ, ସିଏସକେ ମୋତେ ପ୍ରତ୍ୟେକ ଜିନିଷରେ ସୁଧାର କରିବାରେ ସାହାଯ୍ୟ କରିଛି। ସେ ମାନବିକତା କ୍ଷେତ୍ର ହେଉ ଅବା କ୍ରିକେଟର, ପଡିଆ ଭିତରେ ଏବଂ ବାହାରେ ମୁସ୍କିଲ ପରିସ୍ଥିତିର ମୁକାବିଲା କରିବା ଏବଂ ସଫଳତା ହାସଲ କରି ମଧ୍ୟ ବିନମ୍ର ରହିବାର କଳା ସିଏସକେରେ ରହି ମୋତେ ଶିଖିବାକୁ ମିଳିଛି।

ସିଏସକେ ପ୍ରଶଂସକ ତାଙ୍କୁ ସ୍ନେହରେ ‘ଥାଲା’ ଡାକିଥାନ୍ତି। ଧୋନୀ କହିଛନ୍ତି ତାଙ୍କୁ ଯେଉଁ ଭଲ ପାଇବା ଓ ସମ୍ମାନ ମିଳିଛି ତାହା ତାଙ୍କ ପାଇଁ ସ୍ଵତନ୍ତ୍ର ରହିଛି। ଯେବେ ବି ଚେନ୍ନାଇ କିମ୍ବା ଦକ୍ଷିଣ ଭାରତ ଯାତ୍ରା କରେ ତେବେ ସେଠାକାର ଲୋକ ମୋତେ କେବେ ମୋର ନାମ ଧରି ଡାକିନଥାନ୍ତି,ସେମାନେ ମୋତେ ଥାଲା ଡାକିଥାନ୍ତି। ସେମାନେ ନିଜର ଭଲ ପାଇବା ଓ ସମ୍ମାନ ମୋତେ ଅଜାଡି ଦେଇଥାନ୍ତି।

ଉଲ୍ଲେଖଯୋଗ୍ୟ, ଧୋନୀ ବିଶ୍ଵ କପ ପରଠୁ କ୍ରିକେଟରୁ ଦୂରେଇ ରହିଛନ୍ତି। ତାଙ୍କ ସ୍ଥାନରେ ଯୁବ କ୍ରିକେଟରଙ୍କୁ ସୁଯୋଗ ଦିଆଯାଉଛି। ଏବେ ମଧ୍ୟ ଏହା ସ୍ଥିର ହୋଇ ନାହିଁ ଯେ ସେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ନା ନାହିଁ। ସଂପ୍ରତି ଧୋନୀ ଗତ ଦୁଇ ଦିନ ହେବ ଚେପକ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ତାଙ୍କର ସାଥୀ ତଥା ସିଏସକେର ମହତ୍ଵପୂର୍ଣ୍ଣ ଖେଳାଳି ସୁରେଶ ରାଇନା ଓ ଅମ୍ଵତି ରାୟୁଡୁ ମଧ୍ୟ ନେଟ୍ ପ୍ରାକ୍ଟିସରେ ଜୁଟିଛନ୍ତି। ଗତ ବର୍ଷ ଧୋନୀ ଚେନ୍ନାଇକୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ। ମାତ୍ର ଦଳ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସଠୁ ଏକ ରନରେ ପରାଜିତ ହୋଇଥିଲ।

   Related Posts