ବର୍ଷକୁ ୮୦୦ କୋଟି ଆୟ କରନ୍ତି ଧୋନୀ, କିନ୍ତୁ କରୋନା ମୁକାବିଲା ପାଇଁ ଦେଲେ ମାତ୍ର ୧ ଲକ୍ଷ ଟଙ୍କା, ସେପଟେ ହୃଦୟ ଜିତିଲେ ସଚିନ

Published By : Prameya-News7 Bureau | March 27, 2020 IST

ମୁମ୍ବାଇ, ୨୭|୦୩: ସାରା ବିଶ୍ୱରେ କରୋନା ଭାଇରସ ମହାମାରୀର ରୂପ ନେବା ସହ ୨୩ ହଜାରରୁ ଅଧିକ ଜୀବନ ନେଲାଣି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ରେ ପହଁଚିଛି । ଏହି ସମୟରେ ଦେଶବିଦେଶର ଅନେକ ଖେଳାଳି ଓ ସେଲିବ୍ରିଟୀ ସହାୟତାର ହାତ ବଢାଇଛନ୍ତି । ଏବେସୁଦ୍ଧା ଭାରତୀୟ ଦଳର କୌଣସି ଖେଳାଳି ସହାୟତା ପାଇଁ ଆଗକୁ ଆସିନାହାଁନ୍ତି । କିନ୍ତୁ ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର ଓ କ୍ରିକେଟରୁ ଦୂରରେ ରହିଥିବା ଏମଏସ ଧୋନୀ ପୀଡତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

କେବଳ ମହାରାଷ୍ଟ୍ରରେ ୧୨୦ରୁ ଅଧିକ କରୋନା ସଂକ୍ରମିତଙ୍କ ମାମାଲା ସାମ୍ନାକୁ ଆସିଛି । ଏହା ମଧ୍ୟରେ ଧୋନୀ ପୁଣେର ଶ୍ରମିକଙ୍କ ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ଧୋନୀଙ୍କ ଏହି ଆର୍ଥିକ ସହାୟତାକୁ ସୋସିଆଳ ମିଡିଆରେ ଫ୍ୟାନମାନେ ଟ୍ରୋଲ୍ କରିଛନ୍ତି । ବାର୍ଷିକ ୮୦୦ କୋଟି ଆୟ କରୁଥିବା ଧୋନୀ ମାତ୍ର ୧ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ଫ୍ୟାନମାନେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି । ସେହିପରି ସଚିନ ମଧ୍ୟ ମହାରାଷ୍ଟ୍ର ସରକାର ଓ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି ।

ଧୋନୀ କ୍ରାଉଡ୍ ଫିଡିଂ ଓ୍ୱେବସାଇଟ୍ ଜରିଆରେ ମୁକୁଲ ଯାଧବ ଫାଉଣ୍ଡେସନ ଟ୍ରଷ୍ଟକୁ ଏହି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ଏହାର ଲିଙ୍କ୍ ସେୟାର କରିଛନ୍ତି ।

wp:core-embed/twitter {"url":"https://twitter.com/swapnilbajpai82/status/1243368344377384960?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243368344377384960\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-ms-dhoni-donates-rs-1-lakh-for-daily-wage-workers-in-pune-amid-coronavirus-outbreak-sachin-tendulkar-donate-50-lakh-2964877.html","type":"rich","providerNameSlug":"twitter","className":""}
https://twitter.com/swapnilbajpai82/status/1243368344377384960?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243368344377384960&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-ms-dhoni-donates-rs-1-lakh-for-daily-wage-workers-in-pune-amid-coronavirus-outbreak-sachin-tendulkar-donate-50-lakh-2964877.html
/wp:core-embed/twitter wp:core-embed/twitter {"url":"https://twitter.com/myaseenahmed/status/1243352419116838912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243352419116838912\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-ms-dhoni-donates-rs-1-lakh-for-daily-wage-workers-in-pune-amid-coronavirus-outbreak-sachin-tendulkar-donate-50-lakh-2964877.html","type":"rich","providerNameSlug":"twitter","className":""}
https://twitter.com/myaseenahmed/status/1243352419116838912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243352419116838912&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-ms-dhoni-donates-rs-1-lakh-for-daily-wage-workers-in-pune-amid-coronavirus-outbreak-sachin-tendulkar-donate-50-lakh-2964877.html
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.