ବିଶ୍ୱକପରେ ଭାରତ ପାଇଁ ଖୁସିଖବର : ଫିଟ୍ ହୋଇଗଲେ ଏହି ଆହତ ଖେଳାଳି

Published By : Prameya-News7 Bureau | July 04, 2019 IST

ଚଳିତ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପହଂଚି ସାରିଛି । ଆସନ୍ତା ୬ ତାରିଖ, ଶନିବାର ଦିନ ଭାରତ ତାର ଅନ୍ତିମ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଆଇସିସି ବିଶ୍ୱକପରେ ଭାରତ ପାଇଁ ଏକ ଖୁସି ଖବର । ଲଗାତାର ଆହତ ହୋଇଥିବା ଖେଳାଳିଙ୍କ ତାଲିକାରୁ ଜଣେ ଖେଳାଳି ଫିଟ୍ ହୋଇଯାଇଛନ୍ତି । କୋହଲି ଟିମ୍ ପାଇଁ ଏହା ବଡ ଖବର । ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ମ୍ୟାଚରେ ଭାରତୀୟ ଟିମର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଙ୍ଗୁଠିରେ ଆଘାତ ହୋଇ ରକ୍ତ ବାହାରିଥିଲା । ତେବେ ଧୋନି ଆଗାମୀ ମ୍ୟାଚ ଖେଳିବେ ନାହିଁ ବୋଲି କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ଫିଟ୍ ଅଛନ୍ତି ।

{"id":130449,"width":584,"height":439}

ସୁତ୍ର ଅନୁଯାୟୀ, ଟିମ ପ୍ରବନ୍ଧନର ଜଣେ ସଦସ୍ୟ କହିଛନ୍ତି ଯେ, ଧୋନି ପାହାଡିଆ ଅଞ୍ଚଳର ଜଣେ ଯୋଦ୍ଧା । ସେ ୩୦୦ରୁ ଅଧିକ ଏକ ଦିବସୀୟ ମ୍ୟାଚ ଖେଳିବା ପରେ ଏତେ ଛୋଟ କାରଣ ପାଇଁ ସେ ଖେଳିବା ବନ୍ଦ କରିଦେବେ ବୋଲି ଆପଣ ଭାବୁଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ । ଏହିଭଳି ଛୋଟ ଛୋଟ ସମସ୍ୟାରୁ ବାହାରିବା ପାଇଁ ତାଙ୍କ ପାଖରେ ଅଦ୍ଧୁତ କ୍ଷମତା ଅଛି ବୋଲି ସେ କହିଛନ୍ତି ।

{"id":130452,"width":582,"height":437}

ଟିମ ପ୍ରବନ୍ଧନ ସଦସ୍ୟ ସ୍ପଷ୍ଟ କରିଛନ୍ତି ଯେ, ୱିକେଟ କିପିଙ୍ଗ କରିବା ସମୟରେ ଧୋନିଙ୍କ ଆଙ୍ଗୁଠିରେ ଆଘାତ ହୋଇଥିଲା । କିନ୍ତୁ ତାଙ୍କ ପାଇଁ ଏହା ଏକ ବଡ ସମସ୍ୟା ନୁହେଁ । ଏହିଭଳି ଜିନିଷ ତାଙ୍କ ଉପରେ ପ୍ରଭାବ ପକାଏନାହିଁ । ଆଘାତ ପରେ ମଧ୍ୟ ଧୋନି ଦମଦାର ପ୍ରଦର୍ଶନ କରିଥିଲେ । ଅନ୍ୟ ଖେଳାଳି ମଧ୍ୟ ତାଙ୍କ ଠାରୁ ଶିଖିବା ଉଚିତ ବୋଲି ସେ କହିଛନ୍ତି ।

{"id":130453,"width":584,"height":386}

ସେ କହିଛନ୍ତି କୌଣସି ମ୍ୟାଚ ଖେଳିବା ପୂର୍ବରୁ ଆପଣ ଯଦି ୧୦୦ ପ୍ରତିଶତ ଫିଟ ହେବା ପାଇଁ ଅପେକ୍ଷା କରିଛନ୍ତି ତାହେଲେ ବୋଧେ ଆପଣଙ୍କୁ ୫ ବର୍ଷ ଅପେକ୍ଷା କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.