ରାଞ୍ଚି ୦୩/୦୧ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ପରେ ବର୍ତ୍ତମାନ ଚାଷରେ ମଧ୍ୟ ଅନ୍ତରାଷ୍ଟ୍ରୀୟ ଛାପ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ ଶୀଘ୍ର ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସର ପନିପରିବା ଦୁବାଇ ସପ୍ଲାଏ ହେବ। ରାଞ୍ଚିରେ ମିଳିବା ଧୋନିଙ୍କ ଚାଷ ଜମିର ପରିବା। ଏଥିପାଇଁ କିଛି କମ୍ପାନୀ ସହ କଥାବାର୍ତ୍ତା ଚାଲିଛି। ବର୍ତ୍ତମାନ ଧୋନି ନିଜ ପରିବାର ସହ ଦୁବାଇରେ ନୂଆବର୍ଷ ପାଳନ କରୁଛନ୍ତି।
{"id":386404,"sizeSlug":"large","linkDestination":"none"}ଧୋନିଙ୍କ ଫାର୍ମ ହାଉସର ପନିପରିବାକୁ ନେଇ ଦୁବାଇରେ ବି ଚର୍ଚ୍ଚା ହେଉଛି। କିଛି କମ୍ପାନୀ ଏହି ପରିବା କିଣି ବିକ୍ରି କରିବାକୁ ହାତ ବଢ଼ାଇଛନ୍ତି। ସୂତ୍ର ଅନୁଯାୟୀ ଖୁବ ଶୀଘ୍ର ଏହି ପ୍ରସଙ୍ଗ ଉପରେ ନିର୍ଣ୍ଣୟ ନିଆଯିବ। ଧୋନି ମଧ୍ୟ ଚାହୁଁଛନ୍ତି ଯେ ତାଙ୍କ ଫାର୍ମ ହାଉସର ପନିପରିବା ଅନ୍ତରାଷ୍ଟ୍ରୀୟ ବଜାରରେ ଉପଲବ୍ଧ ହେଉ।
{"id":386403,"sizeSlug":"large","linkDestination":"none"}ଧୋନି ଯେତେବେଳେ ଜାଣିବାକୁ ପାଇଥିଲେ ଯେ ଦୁବାଇରେ ବି ତାଙ୍କ ପରିବାକୁ ନେଇ ଚର୍ଚ୍ଚା ହେଉଛି, ସେତେବେଳେ ସେ ନିଜର କିଛି ବନ୍ଧୁଙ୍କ ସହ ଏ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲେ। ବର୍ତ୍ତମାନ ସେ ଭଲ କମ୍ପାନୀ ଖୋଜୁଛନ୍ତି।
{"id":386405,"sizeSlug":"large","linkDestination":"none"}ସୂଚନା ଅନୁଯାୟୀ, ଧୋନିଙ୍କ ଚାଷଜମିରେ ଚାଷ ହେଉଥିବା ଟମାଟୋ, କୋବି, ଶିମ୍ଲା ଲଙ୍କା ରାଞ୍ଚି ବଜାରରେ ବହୁତ ବିକ୍ରି ହେଉଛି। ସେ ଶସ୍ତା ମଧ୍ୟ ବିକ୍ରି କରୁଛନ୍ତି। ଜୈବିକ ସାର ଯୋଗୁଁ ଏହି ପରିବାର ଚାହିଦା ମଧ୍ୟ ଅଧିକ। ଅପରପକ୍ଷରେ ଉତ୍ପାଦନ ବୃଦ୍ଧି ପାଇଥିବାରୁ ଦୁବାଇ ସପ୍ଲାଏ ହେବାକୁ ଯୋଜନା ହେଉଛି। ସୂତ୍ର ଅନୁଯାୟୀ, ଝାରଖଣ୍ଡ କୃଷି ବିଭାଗ ଧୋନିଙ୍କ ପରିବା ବିଦେଶ ବଜାରକୁ ସପ୍ଲାଏ କରିବାକୁ ଚିନ୍ତା କରୁଛି। ରାଜ୍ୟ ସରକାର ଏଥିପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦେବାକୁ ବିଚାର କରୁଛି।
{"id":386408,"sizeSlug":"large","linkDestination":"none"}ବଜାର ସମିତି ସଦସ୍ୟଙ୍କ କହିବାନୁଯାୟୀ, ଧୋନିଙ୍କ ପରିବା ବିଦେଶ ପଠାଇଲେ ଝାରଖଣ୍ଡର ଅନ୍ୟ ଚାଷୀ ମଧ୍ୟ ଲାଭବାନ ହେବେ। ଯଦି ଧୋନି ନିଜ ପରିବା ବିଦେଶକୁ ପଠାନ୍ତି ତାହେଲେ ଅନ୍ୟ ଚାଷୀ ମଧ୍ୟ ଆଗକୁ ଆସିବେ ଏବଂ ଅର୍ଗାନିକ ଫାଂର୍ମିଙ୍ଗ ପ୍ରତି ମନ ବଳାଇବେ। ଧୋନିଙ୍କ ଯୋଗୁଁ ସେମାନେ ମଧ୍ୟ ନିଜ ପରିବା ବିଦେଶ ବଜାରରେ ବିକ୍ରି କରିପାରିବେ।