ବିରାଟଙ୍କୁ ଦଳରେ ସାମିଲ କରିବା ପାଇଁ ଚାହୁଁନଥିଲେ ଧୋନୀ, ଗୁମର ଖୋଲିଲେ ପୂର୍ବତନ ଚୟନକର୍ତ୍ତା
3/04/2020 at 4:37 PM

ନୂଆଦିଲ୍ଲୀ, ୦୩|୦୪: ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା ଦିଲ୍ଲୀପ ଭେଙ୍କସରକାର ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ବଡ ଗୁମର ଖୋଲିଛନ୍ତି । ଏକ ସାକ୍ଷାତକାରରେ ବିରାଟ ଭାରତ ପାଇଁ ଖେଳନ୍ତୁ ନାହିଁ ବୋଲି ଧୋନୀ ଚାହୁଁଥିଲେ ବୋଲି ଦିଲ୍ଲୀପ କହିଛନ୍ତି ।
୬୮ ବର୍ଷୀୟ ପୂର୍ବତନ କ୍ରିକେଟର ଦିଲ୍ଲୀପ କହିଛନ୍ତି ଯେ, ୨୦୦୮ ପରେ ଚୟନକର୍ତ୍ତା ଅଣ୍ଡର ୨୩ ପାଇଁ ଖେଳାଳି ଚୟନ କରିବାକୁ ସହମତି ପ୍ରକାଶ କରିଥିଲେ । ସେହି ସମୟରେ ଭାରତ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା । ଏହାପରେ ଚମତ୍କାର ପ୍ରଦର୍ଶନ କରିଥିବା ବିରାଟ କୋହଲିଙ୍କୁ ସାମିଲ କରିଥିଲେ । ସେହି ସମୟରେ କୋଚ ଗ୍ୟାରି କଷ୍ଟର୍ଣ୍ଣ ଓ ଅଧିନାୟକ ଅମଏସ ଧୋନୀ ବିରାଟଙ୍କୁ ଖଳୁଥିବାର ଦେଖିନଥିବା କହିଥିଲେ । ଏହାସହ ସେମାନେ ପୁରୁଣା ଦଳ ସହ ପଡିଆକୁ ଓହ୍ଲାଇବେ ବୋଲି କହିଥିଲେ । କିନ୍ତୁ ସେ ବିରାଟଙ୍କୁ ଦଳରେ ସାମିଲ କଲେ ଭଲ ହେବ ବୋଲି କହିଥିଲେ । କିନ୍ତୁ ଧୋନୀ ସେହି ସମୟରେ ଏମଏସ ବଦ୍ରିନାଥଙ୍କୁ ସମର୍ଥନ କରିଥିଲେ ।

ଦିଲ୍ଲୀପ କହିଥିଲେ ଯେ, ବଦ୍ରିନାଥ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳୁଥିଲେ । ଆର ଶ୍ରୀନିବବାସନ ଏହି ଦଳର ସହମାଲିକ ଥିଲେ । ତେଣୁ ତାଙ୍କ ଉପରେ ଅତିରିକ୍ତ ଚାପ ରହିଥିଲା । ବିରାଟ ଏହେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି ସେ କହିଛନ୍ତି ।