Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟରୁ ସନ୍ୟାସ ଘୋଷଣା କଲେ, ତାପରେ ଜୋର୍‌ରେ କାନ୍ଦିଥିଲେ ଧୋନୀ : ଏବେ ବାହାରକୁ ଆସିଲା କ୍ୟାପ୍ଟେନ୍ କୁଲ୍‌ଙ୍କ ସେହି ଦୁଃଖଦ ମୁହୂର୍ତ୍ତର ଖବର

17/08/2020 at 4:24 PM

ଚେନ୍ନାଇ, ୧୭|୦୮:  ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ ସନ୍ଧ୍ୟା ୭ଟା ୨୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ଅବସର ନେବାର କିଛି ମିନିଟ ପରେ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଥିଲେ । କୁହାଯାଉଛି ଯେ, ଏହି ଦୁଇ କ୍ରିକେଟର ଅଗଷ୍ଟ ୧୫ରେ ଏକ କାରଣ ପାଇଁ ଅବସର ନେଇଛନ୍ତି । ଧୋନୀଙ୍କ ଜର୍ସି ନମ୍ବର ୭ ଓ ରାଇନାଙ୍କ ୪ । ଭାରତ ଚଳିତ ଥର ୭୩ ତମ ସ୍ୱାଧିନତା ଦିବସ ପାଳନ କରିଛି । ତେଣୁ ଏହି ଦିନ ହିଁ ସେମାନେ ଅବସର ନେବାକୁ ବିଚାର କରିଥିଲେ ।

ନ୍ୟୁଜ୍ ୧୮ ରିପୋର୍ଟ ଅନୁସାରେ, ଅବସର ଘୋଷଣା  ଦିନ ଉଭୟଙ୍କ ପାଇଁ ଖାସ୍ ଥିଲା । ଅବସର ଘୋଷଣା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହାସହ ଖୁବ୍ କାନ୍ଦିଥିଲେ । ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟ ସେମାନଙ୍କର ଅବସର ଘୋଷଣା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।

ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କହିଛନ୍ତି ଯେ, ମାହି ଲୁହକୁ ବହୁ କଷ୍ଟରେ ଅଟକାଇ ରଖିଥିଲେ । ଯିଏ ଯାହା ମଧ୍ୟ ହାସଲ କରିଛନ୍ତି ତାକୁ ନେଇ ଗର୍ବ କରିବା ଉଚିତ୍ । ଖେଳରେ ଧୋନୀ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ଉଭୟ ରାଇନା ଓ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି । ତେବେ ଆଇପିଏଲ ପାଇଁ ଉଭୟ ଚେନ୍ନାଇ ସୁପର୍ କିଙ୍ଗସ୍ ତରଫରୁ ଖେଳିବେ ।

   Related Posts