Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କ୍ରିକେଟ ମୈଦାନରେ ଧୋନିଙ୍କ ୧୫ବର୍ଷ , ଜାଣନ୍ତୁ କ’ଣ ରହିଛି ତାଙ୍କ ସିକ୍ରେଟ ଡାଏଟ୍

23/12/2019 at 4:21 PM

ମୁମ୍ବାଇ ୨୩/୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ଆନ୍ତର୍ଜାତୀୟ କ୍ରିକେଟରେ ନିଜର ୧୫ବର୍ଷ ପୂରଣ କରିଛନ୍ତି। ଧୋନି ୨୦୦୪ମସିହା ଡିସେମ୍ବର ୨୩ତାରିଖରେ ବାଙ୍ଗଲାଦେଶ ବିରୋଧରେ ଆନ୍ତର୍ଜାତୀୟ କ୍ୟାରିଅରରେ ପାଦ ଥାପିଥିଲେ। ଧୋନିଙ୍କୁ ଏବେ ୩୮ବର୍ଷ। କିନ୍ତୁ ଆଜି ବି ତାଙ୍କ ଆକର୍ଷଣୀୟ ଫିଟନେସରେ ସେ ଯୁବ କ୍ରିକେଟର୍ସଙ୍କ ପାଇଁ ଉଦାହରଣ ଅଟନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଧୋନିଙ୍କ ସିକ୍ରେଟ ଡାୟେଟ ବିଷୟରେ ଯାହା ଯୋଗୁଁ ଧୋନି ୧୫ବର୍ଷରୁ ମୈଦାନରେ ବାହୁବଳି ହୋଇ ରହିଛନ୍ତି।

ସମସ୍ତେ ଜାଣିଛନ୍ତି ଯେ ନିଜକୁ ଫିଟ୍ ରଖିବା ପାଇଁ ଧୋନି ପ୍ରତିଦିନ ୪ଲିଟର କ୍ଷୀର ପିଇଥାଆନ୍ତି। କିନ୍ତୁ ଏହା ସହିତ ଧୋନି ଆହୁରି ଅନେକ ଜିନିଷ ତାଙ୍କ ଡେଲି ଡାୟେଟରେ ସାମିଲ କରିଛନ୍ତି।

ଜଳଖିଆରେ ଧୋନି ଏକ ଗ୍ଲାସ୍ କ୍ଷୀର ସହ ତାଜା ଫଳ,ଡାଲିୟା,ଆଖରୋଟ ଏବଂ ବାଦାମ ଭଳି ଜିନିଷ ଖାଇଥାଆନ୍ତି। ତାଙ୍କ ହେଲଦି ଡାୟେଟରେ ସବୁବେଳେ ସିଝା ଅଣ୍ଡା ରହିଥାଏ।

ଶରୀରକୁ ପର୍ଯ୍ୟାପ୍ତ ପ୍ରୋଟିନ୍ ଦେବା ପାଇଁ ଧୋନି ଲଞ୍ଚରେ ଡାଲି,ଚପାତି,ଚିକେନ ଏବଂ କିଛି ମିକ୍ସ ଭେଜିଟେବୁଲ୍ ସାଲାଡ ଖାଇବାକୁ ପସନ୍ଦ କରିଥାଆନ୍ତି। ସନ୍ଧ୍ୟାବେଳେ ସେ ଅଧିକାଂଶ ସମୟରେ ଚିକେନ୍ ସାଣ୍ଡଓ୍ବିଚ୍ ଖାଇଥାଆନ୍ତି।

ରାତ୍ରି ଭୋଜନରେ ଧୋନି ହାଲୁକା ଖାଦ୍ୟ ଖାଇଥାଆନ୍ତି। ସେ ରାତିରେ ପେଟ ଭର୍ତ୍ତି କରି ଖାଇବା ପରିବର୍ତେ ଭେଜ୍ ସୁପ୍ କିମ୍ବା ଚିକେନ୍ ସୁପ୍ ପିଇଥାଆନ୍ତି।

ଖେଳ ସମୟରେ ନିଜ ଶକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଧୋନି ପ୍ରୋଟିନ୍ ଡ୍ରିଙ୍କ୍ ଏବଂ କ୍ରଶ୍ ଜୁସ୍ ପିଇଥାଆନ୍ତି। ଫଳରେ ତାଙ୍କ ଶରୀର ହାଇଡ୍ରେଟ୍ ରହିଥାଏ। ଏନର୍ଜିକୁ ବୁଷ୍ଟ କରିବା ପାଇଁ ସେ କଦଳୀ ମଧ୍ୟ ଖାଇଥାଆନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧୋନିଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍। ଏହା ତାଙ୍କ ସାମନାକୁ ଆସିଲେ ସେ ନିଜକୁ ରୋକି ପାରନ୍ତି ନାହିଁ। କିନ୍ତୁ ବଟର ଚିକେନରେ ବଢ଼ୁଥିବା ଅତିରିକ୍ତ କ୍ୟାଲୋରିକୁ ବର୍ଣ୍ଣ କରିବା ପାଇଁ ସେ ବହୁତ କସରତ କରିଥାଆନ୍ତି।

ଧୋନି ଟିମର ସବୁଠୁ ବୟସ୍କ ଖେଳାଳୀ। ତଥାପି ସେ ଜିମରେ ବହୁତ ସମୟ ଓ୍ବାର୍କଆଉଟ୍ କରିଥାଆନ୍ତି।

   Related Posts