ପୁଣି ହୃଦୟ ଜିତିଲେ ଧୋନୀ : ଇକୋନୋମି କ୍ଲାସ ଯାତ୍ରୀଙ୍କ ସହ ବଦଳାଇଲେ ନିଜର ବିଜନେସ କ୍ଲାସ ସିଟ୍

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨/୦୮ : ଭାରତର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ କେବଳ ଖେଳ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ନିଜର ସରଳତା ପାଇଁ ମଧ୍ୟ ଲୋକପ୍ରିୟ | ଧୋନୀ ଏମିତି ଜଣେ ଖେଳାଳି ଯିଏ ଅନ୍ୟମାନଙ୍କ ପାଇଁ କେବେ କିଛି କରିବାକୁ ପଛାନ୍ତିନାହିଁ | ଧୋନୀଙ୍କର ଏହିଭଳି ଏକ ସରଳତା ଦେଖିବାକୁ ମିଳିଛି | ଯେତେବେଳେ ସେ ଟିମ ସହ ବିମାନରେ ୟୁଏଇ ଯାଉଥିଲେ ସେତେବେଳେ ସେ ନିଜ ସିଟ ଅନ୍ୟ ଜଣଙ୍କୁ ଦେଇଦେଇଥିଲେ | 

ଶୁକ୍ରବାର ଦିନ ନିଜ ଟିମ ସହ ୟୁଏଇ ଯାତ୍ରା କରିଥିଲେ | ସେପ୍ଟେମ୍ବର ୧୯ ତାରିଖରୁ ଚେନ୍ନାଇ ସହ ଆରମ୍ଭ ହେବାକୁଥିବା ଆଇପିଏଲ ମ୍ୟାଚ ପାଇଁ ଇଣ୍ଡିଆ ଟିମ ୟୁଏଇ ଗସ୍ତରେ ଯାଇଛି | ବିମାନରେ ଧୋନୀ ଇକୋନୋମି କ୍ଲାସର ଜଣେ ଯାତ୍ରୀଙ୍କ ସହ ନିଜ ସିଟ ବଦଳାଇଥିଲେ କାରଣ ଯାତ୍ରୀଙ୍କୁ ନିଜ ସିଟରେ ବସିବାକୁ ଅସୁବିଧା ହେଉଥିଲା | ଜର୍ଜ ନାମକ ଏହି ବ୍ୟକ୍ତି ଜଣକ ଟ୍ୱିଟରରେ ଭିଡିଓ ସେୟାର କରିଛନ୍ତି |

wp:core-embed/twitter {"url":"https://twitter.com/georgejohn1973/status/1296878284756656128","type":"rich","providerNameSlug":"twitter","className":""}
https://twitter.com/georgejohn1973/status/1296878284756656128
/wp:core-embed/twitter

ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ଧୋନୀ ତାଙ୍କ ପାଖକୁ ଆସି କହିଥିଲେ ଯେ ଆପଣଙ୍କ ଗୋଡ ବହୁତ ଲମ୍ବା, ଆପଣଙ୍କୁ ବସିବାକୁ ଅସୁବିଧା ହେଉଛି, ଆପଣ ଯାଇ ମୋ ସିଟରେ ବସନ୍ତୁ, ମୁଁ ଇକୋନୋମି ସିଟରେ ବସିବି |' ଟିମର ଖେଳାଳିଙ୍କ ପାଇଁ ବିଜନେସ କ୍ଲାସ ସିଟ ରିଜର୍ଭ ହୋଇଥିଲା | କିନ୍ତୁ ଧୋନୀ ଇକୋନୋମି କ୍ଲାସ ସିଟରେ ବସି ଯାତ୍ରା କରିଥିଲେ |

ଧୋନୀଙ୍କର ଏହି ବ୍ୟବହାର କାରଣରୁ ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି | ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ସିଜନ ୪ ରେ ଚତୁର୍ଥଥର ପାଇଁ ବିଜୟୀ ହେବାପାଇଁ ଖେଳିବ | ଟିମ ୟୁଏଇ ଯାତ୍ରା ପୂର୍ବରୁ ଚେପୁକରେ ଟ୍ରେନିଂ କ୍ୟାମ୍ପ ଲଗାଇଥିଲା ଏବଂ ଅଭ୍ୟାସ କରିଥିଲା | ସିଏସକେକୁ ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମରେ ସାମିଲ ବୋଲି କୁହାଯାଏ | ୧୦ ରୁ ୯ ଥର ଟିମ ଫାଇନାଲରେ ପହଞ୍ଚିଛି | ଟିମ ୨୦୧୦, ୨୦୧୧, ୨୦୧୮ ରେ ବିଜୟୀ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.