Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଧୋନୀଙ୍କ କ୍ୟାରିଅର ଉପରେ କରୋନା ଛାଇ, ଆଇପିଏଲର ଅନିଶ୍ଚିତତା ପାଇଁ ଅବସର ନେବେ କି ମାହି ?

17/03/2020 at 4:23 PM

ନୂଆଦିଲ୍ଲୀ, ୧୭|୦୩: ଯଦି ଆଇପିଏଲ ୨୦୨୦ ରବ୍ଦ ହୁଏ ତେବେ ଏହାର ସବୁଠାରୁ ବଡ ପ୍ରଭାବ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପଡିବ। କାରଣ ଆଇପିଏଲର ପ୍ରଦର୍ଶନ ହିଁ ଧୋନୀଙ୍କ ଟିମ୍ ଇଣ୍ଡିଆରେ ଭାଗ୍ୟ ନିର୍ଧାରଣ କରିବ। କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଲକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖାଯାଇଛି। ତେବେ ବର୍ତମାନର ସ୍ଥିତିକୁ ଦେଖିଲେ ଚଳିତ ବର୍ଷ ଆଇପିଏଲ ହେବାର ସମ୍ଭାବନା କମ ରହିଛି।

ଧୋନୀ ଗତବର୍ଷ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲ ପରଠୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହାଁନ୍ତି। ଏହାକୁ ନେଇ ସେ ଅବସର ନେବାକୁ ବିଚାର କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ବିସିସିଆଇ ତାଙ୍କୁ ବାର୍ଷିକ କଣ୍ଟ୍ରାକ୍ଟ୍ ତାଲିକାରୁ ବାଦ ଦେଇଥିଲା। ସେ ଗତ ୮ ମାସ ଧରି କ୍ରିକେଟ ଖେଳୁ ନାହାଁନ୍ତି। ଯାହାକୁ ନେଇ ସୁନୀଲ ଗାଭାସ୍କରଙ୍କ ଭଳି ପୂର୍ବତନ ଖେଳାଳି ପ୍ରଶ୍ନ ମଧ୍ୟ କରିଛନ୍ତି।

ଦଳର କୋଚ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଥିଲେ, ଧୋନୀ ଭବିଷ୍ୟତର ଯୋଜନାକୁ ନେଇ ଚର୍ଚ୍ଚା ଚାଲିଛି। ଆଇପିଏଲ ୨୦୨୦ ପରେ ହିଁ ଦଳରେ ତାଙ୍କ ସ୍ଥାନକୁ ନେଇ ଆଲୋଚନା ହେବ। ସେ ଆଇପିଏଲରେ ଭଲ ପ୍ରଦର୍ଶନ କଲେ ଟି୨୦ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିବ। କିନ୍ତୁ ଯଦି ସେ ବିଫଳ ହୁଅନ୍ତି ତେବେ ତାଙ୍କ ପାଇଁ ଦ୍ୱାର ବନ୍ଦ ହୋଇଯିବ। ପୂର୍ବରୁ ଧୋନୀ ନିଜେ ମଧ୍ୟ ଏହି ପ୍ରଶ୍ନ ତାଙ୍କୁ ଜାନୁଆରୀ ଯାଏଁ ନ ପଚାରିବା ପାଇଁ କହିଥିଲେ।

ଯଦି ଆଇପିଏଲ ରବ୍ଦ ହୁଏ ତେବେ ଟି୨୦ ବିଶ୍ୱକପ ପାଇଁ ଧୋନୀ ନିଜର ଦାବିଦାରୀ ଉପସ୍ଥାପନା କରିପାରିବେ ନାହିଁ। କାରଣ ଆଇପିଏଲ ବ୍ୟତୀତ ନିଜ ଫିଟନେଶ ପ୍ରଦର୍ଶନ କରିବାକୁ ତାଙ୍କ ପାଖରେ ଆଉ ସୁଯୋଗ ରହିବ ନାହିଁ। ଏହା ପୂର୍ବରୁ ସେ ଅବସର ନିଷ୍ପତ୍ତି ନେବେ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ଏହାର ଉତ୍ତର କେବଳ ଧୋନୀ ହିଁ ଜାଣିଛନ୍ତି।  

   Related Posts