Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୩୯ ବର୍ଷରେ ଧୋନୀ : ମାହିଙ୍କ ପ୍ରତିଭା ଦେଖି ନିୟମ ପରିବର୍ତ୍ତନ କରିଥିଲା ବିସିସିଆଇ, ବିଶ୍ୱ କ୍ରିକେଟ ପାଇଥିଲା କ୍ୟାପଟେନ୍ କୁଲ୍

7/07/2020 at 7:53 AM

ନୂଆଦିଲ୍ଲୀ, ୦୭|୦୭:  ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି କ୍ରିକେଟର ଜଣଙ୍କ ବ୍ୟାଟିଂ ସୁଯୋଗ ହାତଛଡା କରିନଥିଲେ । ସେ ନିଜର ପଞ୍ଚମ ଦିନିକିଆ ୧୪୮ରେ ଓ ପଞ୍ଚମ ଟେଷ୍ଟରେ ମଧ୍ୟ ୧୪୮ ରନ୍ ସ୍କୋର କରିଥିଲେ । ଏହି କ୍ରିକେଟର୍ ଜଣଙ୍କ ହେଲେ କ୍ୟାପଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ।

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ଧୋନୀ ଚର୍ଚ୍ଚାକୁ ଆସିଥିଲେ । ସେ ଭାରତୀୟ ଦଳର ଭବିଷ୍ୟତ ହୋଇଯାଇଥିଲେ । ମଙ୍ଗଳବାର ହେଉଛି ଧୋନୀଙ୍କ ଜନ୍ମଦିନ । ସେ ୩୯ ବର୍ଷରେ ପାଦ ଦେଇଛନ୍ତି ।

ଧୋନୀଙ୍କୁ ବିସିସିଆଇର ପ୍ରତିଭା ଅନୁସନ୍ଧାନ ବିକାଶ ବିଭାଗ ସନ୍ଧାନ କରିଥିଲା । ତାଙ୍କ ପ୍ରତିଭା ଦେଖିବା ପରେ ବୟସ ସମ୍ବନ୍ଧ ନିୟମରେ ପରିବର୍ତ୍ତନ କରାଯାଇଥିଲା । ଦିଲୀପ ଭେଙ୍କସରକାର ହିଁ ଧୋନୀଙ୍କ ପ୍ରତିଭାକୁ ଚିହ୍ନିପାରିଥିଲେ । ଧୋନୀଙ୍କୁ ୨୧ ବର୍ଷରେ ଟିଆରଡିବ୍ଲୁରେ ସାମିଲ କରାଯାଇଥିଲେ । ଏଥିରେ ସାମିଲ ହେବାପାଇଁ ବୟସ ଥିଲା ୧୯ । କିନ୍ତୁ ଧୋନୀ ୨୧ ବର୍ଷର ହୋଇଯାଇଥିଲେ । ଧୋନୀଙ୍କ ପାଇଁ ନିୟମ କୋହଳ କରାଯାଇଥିଲା ।

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେବା ପରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ଓ୍ୱିକେଟକିପର୍ ଆଦାମ ଗିଲିଖ୍ରୀଷ୍ଟଙ୍କ ସହ ତୁଳନା କରାଯାଇଥିଲା । ମ୍ୟାଚର ଶେଷ ଓଭରରେ ଜିତାଇବାର କ୍ଷମତା ଧୋନୀଙ୍କର ରହିଥାଏ । ତିନି ବର୍ଷ ମଧ୍ୟରେ ଧୋନୀ ଟି୨୦ର ଅଧିନାୟକ ହୋଇଯାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ଚାମ୍ପିଅନ ହୋଇଥିଲା । ଏହାପରେ ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଉପରେ ବିଜୟ ଲାଭ କରିଥିଲା । ୨୦୦୯ରେ ଭାରତ ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ ଟିମ୍ ହୋଇଥିଲା ।

୨୦୧୧ରେ ଭାରତ ଧୋନୀଙ୍କ ନେତୃତ୍ୱରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏପରିକି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାରତ ଚାମ୍ପିଅନ ହୋଇଥିଲା । ତେବେ ୨୦୧୪ ଡିସେମ୍ବରରେ ଧୋନୀ ହଠାତ ଟେଷ୍ଟ ଟିମର ଅଧିନାୟକ ପଦ ଛାଡିଥିଲେ । ଏହାସହ ଟେଷ୍ଟ୍ କ୍ରିକେଟକୁ ଅଲବିଦା କହିଥିଲେ । ୨୦୧୭ରେ ସେ ଦିନିକିଆ ଅଧନାୟକ ପଦରୁ ଇସ୍ତଫା ଦେଇଥିଲେ ।

୨୦୧୯ ଆରମ୍ଭରୁ ଧୋନୀ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲେ । ଭାରତ ବିଶ୍ୱକପ୍ ସେମିଫାଇନାଲରେ ପରାସ୍ତ ହେବା ପରେ ଧୋନୀ କ୍ରିକେଟରୁ ଦୂରରେ ରହୁଛନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଧୋନୀଙ୍କ କ୍ୟାରିଅର୍

ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ କିପର୍ ଭାବେ ୪୪୪ଜଣଙ୍କୁ ଆଉଟ୍ କରିଛନ୍ତି । ଙାସହ ସେ ୯୦ଟି ଟେଷ୍ଟରେ ୪୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।

   Related Posts