Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆଇପିଏଲ-୨୦୨୧ : ଓ୍ୱିକେଟ୍ ପଛରେ ଧୋନୀଙ୍କ ବଡ ରେକର୍ଡ, ହାସଲ କଲେ ଏହି ଖାସ୍ ଉପଲବ୍ଧି

22/04/2021 at 9:54 AM

ମୁମ୍ବାଇ, ୨୨/୦୪: ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ୍ୱିକେଟକିପିଂରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି । ଧୋନୀ ଆଇପିଏଲରେ ୧୫୦ଟି ଶିକାର କରିଥିବା ପ୍ରଥମ ଓ୍ୱିକେଟ୍ କିପର୍ ହୋଇଛନ୍ତି । ସେ ଆଇପିଏଲ ୧୪ର ୧୫ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରଏ ଏହି ଉପଲବ୍ଧି ହାସଲ କରିଛନ୍ତି । ମାହି ଦୀପକ ଚହରଙ୍କ ବଲରେ ଇଆନ ମୋର୍ଗାନଙ୍କ କ୍ୟାଚ୍ ନେଇ ୧୫୦ ତମ ଶିକାର କରିଥିଲେ ।

ଧୋନୀ ୨୦୮ ମ୍ୟାଚରୁ ୧୫୧ଟି ଶିକାର କରିଛନ୍ତି । ଏଥିରେ ୧୧୨ଟି କ୍ୟାଚ୍ ଓ ୩୯ଟି ଷ୍ଟମ୍ପିଂ ରହିଛି । ଏହି ମୁକାବିଲା ପୂର୍ବରୁ ଧୋନୀ ୧୫୦ଟି ଶିକାରରୁ ୨ଟି ପାଦ ପଛରେ ଥିଲେ । ସେ ପ୍ରଥମେ ଦୀପକ ଚହରଙ୍କ ବଲରେ ରାହୁଲ ତ୍ରିପାଠୀଙ୍କ କ୍ୟାଚ୍ ନେଇ ୧୪୯ତମ ଶିକାର କରିଥିଲେ ।

ଏହି ତାଲିକାରେ ଦ୍ୱିତୀୟରେ ରହିଛନ୍ତି କୋଲକାତା ନାଇଟ ରାଇଡର୍ସର ଖେଳାଳି ଦିନେଶ କାର୍ତ୍ତିକ । ସେ ୨୦୦ଟି ମ୍ୟାଚରେ ୧୪୩ଟି ଶିକାର କରିଛନ୍ତି । ସେହିପରି ରବିନ ଉଥାପ୍ପା ୧୮୯ଟି ମ୍ୟାଚରୁ ୯୦ଟି ଶିକାର ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବତନ ଓ୍ୱିକେଟ୍ କିପର ୧୩୯ ମ୍ୟାଚରୁ ୮୧ ଶିକର ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଧୋନୀ ହେଉଛନ୍ତି ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ସଫଳ ଓ୍ୱିକେଟ୍ କିପର । ସେ ଭାରତ ପାଇଁ ୬୦୮ଟି ଇନିଂସରେ ୮୨୯ଟି ଶିକାର କରିଛନ୍ତି । ଏହାମଧ୍ୟରେ ୬୩୪ଟି କ୍ୟାଚ୍ ଓ ୧୯୫ଟି ଷ୍ଟମ୍ପିଂ ରହିଛି । ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ଏହି ମାମଲାରେ ପ୍ରଥମରେ ଥିବା ବେଳେ ଆଡାମ୍ ଗିଲଖ୍ରୀଷ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

   Related Posts