IPLରେ ୧୫୦ କୋଟିରୁ ଅଧିକ ରୋଜଗାର କରିଥିବା ପ୍ରଥମ ଖେଳାଳି ଧୋନୀ: କୋହଲିଙ୍କୁ ପଛରେ ପକାଇଲେ ରୋହିତ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧/୦୨ : ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲରେ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ପ୍ରଥମ କ୍ରିକେଟର ହୋଇ ଇତିହାସ ରଚିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ଧୋନୀ ଆଇପିଏଲ ୨୦୨୦ର ରିଟେନ୍ସନ ଡେ ପୂର୍ବରୁ ୧୩୭ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ। ଧୋନୀଙ୍କ କଣ୍ଟ୍ରାକ୍ଟ ବଢିବା ପରେ ସେ ନିଜ ନାଁରେ ରେକର୍ଡ ଦର୍ଜ କରିଥିଲେ | ଧୋନୀ ୨୦୦୮ରୁ ସିଏସକେ ଟିମର କ୍ୟାପିଟେନ୍ସି କରୁଛନ୍ତି। ତାଙ୍କ ଦରମା ବର୍ତ୍ତମାନ ୧୫ କୋଟି ଟଙ୍କା। ୨୦୧୮ରୁ ସେ ଏତିକି ଟଙ୍କା ରୋଜଗାର କରୁଛନ୍ତି।

୨୦୦୮ ଆଇପିଏଲ ନିଲାମୀରେ ଧୋନୀ ସବୁଠାରୁ ବଡ ଖେଳାଳି ଥିଲେ। ସେ ସିଜନରେ ସେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ସିଏସକେ ତାଙ୍କୁ ୬ କୋଟି ଟଙ୍କାରେ କିଣିଥିଲେ। ତାପରେ ୩ ବର୍ଷ ଯାଏଁ ତାଙ୍କ ରୋଜଗାର ସେତିକି ହିଁ ରହିଲା। ୨୦୧୧ ରେ ବିସିସିଆଇ ରିଟେନ୍ସନ୍ ଦାମ ବଢ଼ାଇ ୮ କୋଟି କରିଥିଲା। ଏହାପରେ ୨୦୧୧ ରୁ ୨୦୧୩ ମଧ୍ୟରେ ଆଇପିଏଲରେ ଧୋନୀଙ୍କ ଦରମା ୮.୨୮ କୋଟି ଟଙ୍କା ଥିଲା।

{"id":402165,"sizeSlug":"large","linkDestination":"none"}

୨୦୧୪ ମେଗା ଅକ୍ସନ୍ ପୂର୍ବରୁ ବିସିସିଆଇ ପୁଣିଥରେ ରିଟେନ୍ସନ୍ ବଢ଼ିଥିଲା। ୨୦୧୪ ଓ ୨୦୧୫ ରେ ଆଇପିଏଲରୁ ଧୋନୀଙ୍କ ରୋଜଗାର ୧୨.୫ କୋଟି ଟଙ୍କା ହୋଇଥିଲା। ଏହାପରେ ୨୦୧୬ ଓ ୨୦୧୭ରେ ଧୋନୀ ସିଏସକେ ବ୍ୟାନ୍ ପରେ ରାଇଜିଙ୍ଗ୍ ପୁନେ ସୁପରଜଏଣ୍ଟ୍ସ ସହ ଥିଲେ। ସେତେବେଳେ ତାଙ୍କ ଦରମା ୨୫ କୋଟି ଟଙ୍କା ଥିଲା।

୩ଥର ଆଇପିଏଲ୍ ଟ୍ରଫି ବିଜେତା ଧୋନୀ ୨୦୧୮ରେ ଲିଗକୁ ଫେରିବା ପରେ ସିଏସକେରେ ୬୦ କୋଟି ଟଙ୍କା ରୋଜଗାର କରିଥିଲେ। ୧୫୦ କୋଟି ଟଙ୍କାର ସଂଯୁକ୍ତ ବେତନ ସହ ଧୋନୀ ଜଣେ ମାତ୍ର ଖେଳାଳି। ଲଗାତାର ଚତୁର୍ଥ ସିଜନରେ ବିରାଟ କୋହଲିଙ୍କ ତୁଳନାରେ ୨ କୋଟି ଟଙ୍କା କମ ରୋଜଗାର କରିଥିବା ସତ୍ତ୍ୱେ ମୁମ୍ବାଇ ଇଂଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ୟାପଟେନ୍ ଆଗରେ ଅଛନ୍ତି। ରୋହିତ ଶର୍ମା ଆଇପିଏଲରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ଏବେ ସୁଦ୍ଧା ୧୪୬.୬ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି। ୨୦୧୮ରୁ ମୁମ୍ବାଇ ଇଂଡିଆନ୍ସରୁ ପ୍ରତି ସିଜନରୁ ୧୫ କୋଟି ଟଙ୍କା ରୋଜଗାର କରୁଛନ୍ତି | ୨୦୧୮ ରୁ ବିରାଟ କୋହଲି ପ୍ରତି ସିଜନରେ ୧୭ କୋଟି ଟଙ୍କା ରୋଜଗାର କରୁଛନ୍ତି | ସେ ତୃତୀୟ ସ୍ଥାନରେ ଅଛନ୍ତି।

{"id":402166,"sizeSlug":"large","linkDestination":"none"}

ଆଇପିଏଲରେ ବିରାଟ କୋହଲି ଏବେ ସୁଦ୍ଧା ୧୪୩.୨ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି। ତେବେ ଆଗାମୀ ସିଜନରେ ବିରାଟ କୋହଲି ରୋହିତ ଶର୍ମାଙ୍କୁ ରୋଜଗାର ମାମଲାରେ ପଛରେ ପକାଇ ପାରିବେ ନା ନାହିଁ ତାହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.