ସବୁଠୁ ସମ୍ମାନିତ ବ୍ୟକ୍ତିଙ୍କ ତାଲିକାରେ ବିରାଟଙ୍କୁ ପଛରେ ପକାଇଲେ ଧୋନି : ମୋଦି ରହିଛନ୍ତି ଏହି ସ୍ଥାନରେ

Published By : Prameya-News7 Bureau | September 26, 2019 IST

ନୂଆଦିଲ୍ଲୀ ୨୬/୯: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନି କିଛି ମାସ ହେବ ମଇଦାନ ବାହାରେ ଅଛନ୍ତି ତଥାପି ତାଙ୍କ ଫ୍ୟାନମାନେ ତାଙ୍କୁ ସବୁବେଳେ ଆଖି ସାମନାରେ ବସାଇଥାଆନ୍ତି। ଏକ ସର୍ବେକ୍ଷଣ ଅନୁସାରେ,ଏମଏସ୍ ଧୋନି ୨୦୧୯ମସିହାରେ ଭାରତରେ ସବୁଠୁ ସମ୍ମାନଯୋଗ୍ୟ ପୁରୁଷଙ୍କ ତାଲିକାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନି ୮.୫୮% ପ୍ରଶଂସା ସଂଖ୍ୟା ହାସଲ କରି ଏହି ତାଲିକାରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୧୫.୬୬% ସଂଖ୍ୟା ହାସଲ କରି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ରତନ ଟାଟା ୮.୦୨%,ବାରାକ୍ ଓବାମା୭.୩୬% ଏବଂ ବିଲ୍ ଗେଟସ୍ ୬.୯୬ % ତାଲିକାରେ ଯଥାକ୍ରମେ ତୃତୀୟ,ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

{"id":162914}

କ୍ରିକେଟର ଭଗବାନ ବୋଲାଉଥିବା ଖେଳାଳୀ ସଚିନ ତେନ୍ଦୁଲକର ଏହି ତାଲିକାରେ ୫.୮୧% ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ତାଲିକାରେ ସଚିନଙ୍କ ପରେ ୪.୪୬%ର ପ୍ରଶଂସା ସ୍କୋର ସହ ସପ୍ତମ ସ୍ଥାନରେ ଅଛନ୍ତି। ଅନ୍ୟ ଖେଳାଳୀଙ୍କ ମଧ୍ୟରେ ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭାରତରେ ପ୍ରଶଂସା ସ୍କୋର ୨.୯୫% ରହିଛି।

{"id":162915}

୬ଥର ବିଶ୍ବ ଚାମ୍ପିଅନଶିପରେ ସ୍ବର୍ଣ୍ଣ ପଦକ ଜିତିଥିବା ମ୍ୟାରି କମ୍ (୧୦.୩୬%) ଭାରତରେ ସବୁଠୁ ଅଧିକ ପ୍ରଶଂସା ପାଉଥିବା ମହିଳା ଭାବେ ବିବେଚିତ ହୋଇଛନ୍ତି। ସେ ଏହି ତାଲିକାରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିବା ପ୍ରଥମ ମହିଳା ଖେଳାଳୀ। ସର୍ବେକ୍ଷଣ ଅନୁସାରେ,ବିଲ୍ ​‌ଗେଟ୍ସବିଶ୍ବର ସବୁଠୁ ପ୍ରଶଂସିତ ପୁରୁଷ ହୋଇଛନ୍ତି,କିନ୍ତୁ ବିଶ୍ବର ସବୁଠୁ ପ୍ରଶଂସିତ ମହିଳାଙ୍କ କଥା କହିବା ଯଦି ମିସେଲ ଓବାମା ,ଆଞ୍ଜେଲିନା ଜୋଲିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ପାଇଛନ୍ତି।

{"id":162916}

ସୂଚନା ଅନୁଯାୟୀ, ଗତ ବର୍ଷ ଟପ୍ ଫାଇଭରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଦ୍ବିତୀୟ ସ୍ଥାନରେ,ତୃତୀୟ ସ୍ଥାନରେ ଅଭିନେତା ଜ୍ୟାକି ଚ୍ୟାନ୍,ଚତୁର୍ଥ ସ୍ଥାନରେ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପଞ୍ଚମରେ ବ୍ୟବସାୟୀ ଜ୍ୟାକ୍ ମାଙ୍କ ନାଁ ରହିଛି।

{"id":162917}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.