ଫେରିବେ ମାହି ! ଟି୨୦ ବିଶ୍ୱକପ୍ ଟ୍ରେନିଂ କ୍ୟାମ୍ପ୍ ପାଇଁ ଧୋନୀଙ୍କୁ ଡାକିବ ବିସିସିଆଇ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ, ୨୦|୦୬ :   ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ୱିକେଟକିପର୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଖେଳିବେ ନା ନାହିଁ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଧୋନୀ ଗତ ଏକ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିଛନ୍ତି । ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ବିସିସିଆଇ ଆସନ୍ତା ମାସରେ ଖେଳାଳିଙ୍କ ପାଇଁ ୬ ସପ୍ତାହର ଏକ ଟ୍ରେନିଂ ଶିବିରକୁ ଆୟୋଜନ କରୁଛି । ଏହି ଟ୍ରନିଂ ଶିବିରରେ ବିସିସିଆଇ ଅନୁବନ୍ଧିତ ଖେଳାଳିଙ୍କ ସମେତ ବାହାର ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବ ।

ଚୟନ ସମିତିର ପୂର୍ବତନ ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି ଯେ, ଯଦି ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଧୋନୀଙ୍କୁ ଟ୍ରେନିଂ ପାଇଁ ଡକରା ମିଳିପାରେ । କିନ୍ତୁ ଦ୍ୱିପାକ୍ଷିକ ସିରିଜ ପାଇଁ ଚୟନ ସମିତି କିଛି ଅଲଗା ଭାବି ପାରନ୍ତି । ଟି୨୦ ବିଶ୍ୱକପ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଖିନ୍ତୁ ଟ୍ରେନିଂରେ ଧୋନୀଙ୍କୁ ଦେଖିବାକୁ ମିଳିପାରେ । ଯଦି ଏହି ଟ୍ରେନିଂ କେବଳ ଦ୍ୱିପାକ୍ଷିକ ସିରିଜକୁ ଦେଖି କରାଯାଏ ତ ଆପଣଙ୍କ ପାଖରେ ପୂର୍ବରୁ କେଏଲ ରାହୁଲ, ରିଷଭ ପନ୍ତ ଓ ସଞ୍ଜୁ ସାମସନ ରହିଛନ୍ତି ।

ପ୍ରସାଦ କହିଛନ୍ତି ଯେ, ଧୋନୀ ଏହି ଟ୍ରେନିଂକୁ ଆସିଲେ କିପର୍ ମାନଙ୍କୁ ଅନେକ ଫାଇଦା ମିଳିବ । ଯଦି ସେ ନିଜେ ଖେଳିବାକ ଚାହାଁନ୍ତି ତେବେ ତାଙ୍କୁ ସୁଯୋଗ ମିଳିବା ଦରକାର । ଦଳର ପୂର୍ବତନ ଖେଳାଳି ଆଶିଷ ନେହେରା କହିଛନ୍ତି ଯେ, ଯଦି ସେ ମୁଖ୍ୟ ଚୟନକର୍ତ୍ତା ହୋଇଥାନ୍ତେ ତେବେ ଧୋନୀଙ୍କୁ ସାମିଲ କରିଥାନ୍ତେ । କିନ୍ତୁ ହରଭଜନ ସିଂ ଏହି ଟ୍ରେନିଂରେ ଯୁବ ଖେଳାଳିଙ୍କୁ ଦେଖିବାକୁ ଚାହୁଁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.