ବିଶ୍ବକପ-୨୦୧୯ : ଧୋନୀଙ୍କ ଗ୍ଲୋବସ ଉପରେ କଟକଣା ଲଗାଇଲେ ଆଇସିସି

Published By : Prameya-News7 Bureau | June 07, 2019 IST

ୱାର୍ଲଡକପ କ୍ରିକେଟରେ ଭାରତୀୟ ୱିକେଟ୍ କିପର ତଥା ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ କିପିଙ୍ଗ ଗ୍ଲୋବସ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆଇସିସି। ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚ୍ ରେ ଧୋନୀ ପିନ୍ଧିଥିବା କିପିଙ୍ଗ ଗ୍ଲୋବସ ଉପରେ ସମସ୍ତଙ୍କ ନଜର ପଡିଥିଲା। ଯେଉଁଥିରେ ପାରା ସ୍ପେସାଲ ଫୋର୍ସର ବ୍ୟାଜ୍ ଲାଗିଥିଲା। ତେବେ ବିଶ୍ବକପ୍ ରେ କୌଣସି ଖେଳାଳି ଧାର୍ମିକ, ରାଜନୈତିକ ବାର୍ତ୍ତା ଥିବା ଅଥବା ସୈନ୍ୟ ସଙ୍କେତ ବ୍ୟବହାର କରିପାରିବେ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଦେଇଛନ୍ତି।

{"id":120798}

ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତକୁ ବିଜୟୀ କରିବା ଲାଗି ସେଦିନ ଧୋନି ପିନ୍ଧିଥିବା କିପିଙ୍ଗ ଗ୍ଲୋବସରେ ଭାରତୀୟ  ସ୍ବତନ୍ତ୍ର ଅର୍ଦ୍ଧସାମରିକ ବଳଙ୍କ ବଳିଦାନର ବ୍ୟାଜ୍ ଲାଗିଥିଲା। ଏଣୁ ଧୋନିଙ୍କ ଗ୍ଲୋବସକୁ ନେଇ ଆଇସିସି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଏହାକୁ ଆପତ୍ତିଜନକ କହିବା ସହ ତାଙ୍କୁ କୌଣସି ସଙ୍କେତର ଗ୍ଲୋବସ ପିନ୍ଧିବାର ନଥିଲା ବୋଲି କହିଥିଲେ। ଭାରତୀୟ କ୍ରିକେଟ ପ୍ରେମୀମାନେ ସୋସାଲ ମିଡିଆରେ ଧୋନୀଙ୍କ ପ୍ରତି ସେମାନଙ୍କର ସମର୍ଥନ ଜଣାଇଥିବା ବେଳେ କେନ୍ଦ୍ର କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ ଏ ନେଇ ଟ୍ବିଟ୍ ହ୍ୟାଣ୍ଡେଲରେ ବିସିସିଆଇଙ୍କୁ ଆଇସିସିରେ ଦୃଢ ଜବାବ ରଖିବାକୁ କହିଥିଲେ।

{"id":120799}

ସେହି ଅନୁସାରେ ବିଶ୍ବକପ୍ ରେ ଧୋନୀ ଯାହା ପିନ୍ଧିବାକୁ ପସନ୍ଦ କରୁଛନ୍ତି ତାଙ୍କୁ ତାହା ତାଙ୍କୁ ପିନ୍ଧିବାକୁ ଦିଆଯାଉ ବୋଲି ବିସିସିଆଇ ପକ୍ଷରୁ ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଆଇସିସିଙ୍କୁ ନିବେଦନ କରିଥିଲେ। ତେବେ ଆଇସିସି ଧୋନିଙ୍କୁ ଏଭଳି ଗ୍ଲୋବସ ପୁନର୍ବାର ଯେପରି ନ ପିନ୍ଧନ୍ତି ସେଥିପାଇଁ ତାଗିଦ କରିଛନ୍ତି। ଧୋନୀଙ୍କ ଗ୍ଲୋବସର ବ୍ୟାଜ୍ ସୌନ୍ୟ ସଂକେତ ବହନ କରୁଥିବାରୁ ବିଶ୍ବକପ୍ କ୍ରିକେଟରେ ଏହାର ସ୍ଥାନ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.