Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ମଇଦାନକୁ ଓହ୍ଲାଇବେ ମାହି : ଅଗଷ୍ଟ ୧୬ରେ ପୁଣି ଆକ୍ସନରେ ନଜର ଆସିବେ ଧୋନି , ଟ୍ରେନିଂ କ୍ୟାମ୍ପ ପାଇଁ ସରକାରଙ୍କ ଅନୁମତି ମାଗିଛି CSK

11/08/2020 at 12:42 PM

ନୂଆଦିଲ୍ଲୀ ୧୧।୦୮:  ପୁଣି ଥରେ ପଡିଆକୁ ଓହ୍ଲାଇବେ ମାହି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିକଟତରେ ଧୋନି ରାଞ୍ଚି ଷ୍ଟାଡିୟମରେ ବୋଲିଂ ମେସିନ ସହାୟତାରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଖବର ଆସିଥିଲା ।  ୧୬ ଅଗଷ୍ଟରେ ଧୋନି ଚେପକ୍‌ ଷ୍ଟାଡିୟମରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଭାଗ ନେଇପାରନ୍ତି । ଚେନ୍ନାଇ ସୁପର କିଙ୍ଗସ୍‌ (CSK)ର  ଟିମ୍‌ ଅଗଷ୍ଟ ୧୬ରୁ ସମସ୍ତ ଖେଳାଳିଙ୍କୁ ନେଇ ଚେପକ୍‌ ଷ୍ଟାଡିୟମରେ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବାକୁ ବିଚାର କରୁଛି ।

ରାଞ୍ଚିର ଇଣ୍ଡୋର ଷ୍ଟାଡିୟମରେ ଧୋନି ଅଭ୍ୟାସ କରୁଥିବାର ଖବର ଆସିଥିଲା । ଖବର ମୁତାବିକ ଚେପକ ଷ୍ଟାଡିୟମରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ  ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ୧୫ଜଣ ସଦସ୍ୟ ଯୋଗଦେବାର ଯୋଜନା କରାଯାଉଛି । ଅଗଷ୍ଟ ୧୬ରୁ ୨୦ ପର୍ଯ୍ୟନ୍ତ ଏହି ଟ୍ରେନିଂ କ୍ୟାମ୍ପ ଚାଲିବ । ଏହା ପରେ ସମସ୍ତ ଖେଳାଳି ୟୁଏଇ ଅଭିମୁଖେ ବାହାରିବେ ।  ସେଠାରେ ଆଇପିଏଲ୍‌ର ଆସନ୍ତା ସିଜିନ୍‌ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

ଟିମ୍‌ କର୍ତ୍ତୃପକ୍ଷ ଅନୁଯାୟୀ, ଟ୍ରେନିଂ କ୍ୟାମ୍ପ ନେଇ ତାମିଲନାଡୁ ସରକାରଙ୍କୁ ପତ୍ର ଲେଖିସାରିଛନ୍ତି । ଏହାର ଉତ୍ତର ଆସିବା ବାକି ରହିଛି । ଯଦି ସରକାରଙ୍କ ଅନୁମତି ମିଳେ , ତେବେ ସମସ୍ତ ଭାରତୀୟ ଖେଳାଳିଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରାଯିବ । ଏହି କ୍ୟାମ୍ପ ପୂର୍ବରୁ ସମସ୍ତ ଖେଳାଳି ନିଜ ନିଜ ଗୃହରାଜ୍ୟରେ କୋଭିଡ଼-୧୯ ଟେଷ୍ଟ କରାଯିବ । ଏହା ପରେ ୧୭ ଓ ୧୮ରେ ପୁଣି ଥରେ କରୋନା ଟେଷ୍ଟ କରାଯିବ ।  

ସିଏସ୍‌କେ ଟିମ୍‌ ୨୧ ଅଗଷ୍ଟକୁ ୟୁଏଇ ଅଭିମୁଖେ ବାହାରିବେ, କିନ୍ତୁ ଏହାର ବହୁ ଆଗରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା କରିଛି । ଧୋନି ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଚଳିତ ବର୍ଷ ୨୯ମାର୍ଚ୍ଚକୁ ଆଇପିଏଲ୍‌ ଖେଳାଯିବକୁ ଥିଲା, କିନ୍ତୁ ଦେଶରେ କରୋନା ସ୍ଥିତିକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହାକୁ ୟୁଏଇରେ କରିବାକୁ ଯୋଜନା କରାଯାଉଛି । ଧୋନି ୨୦୧୯ ବିଶ୍ୱ କପ୍‌ ଠାରୁ କୌଣସି ଅନ୍ତଃଜାର୍ତୀୟ ମ୍ୟାଚ୍‌  ଖେଳିନାହାନ୍ତି ।

   Related Posts