ଦୀର୍ଘ ଦିନ ପରେ ମଇଦାନକୁ ଓହ୍ଲାଇଲେ ମାହି, ଧୋନୀ- ଧୋନୀ ନାରାରେ କମ୍ପିଲା ଷ୍ଟାଡିୟମ

Published By : Prameya-News7 Bureau | March 02, 2020 IST

ଚେନ୍ନାଇ ୦୨।ମାର୍ଚ୍ଚ- ପାଖାପାଖି ଗୋଟିଏ ବର୍ଷ ପରେ ମଇଦାନକୁ ଓହ୍ଲାଇଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ) ପକ୍ଷରୁ ପ୍ରଥମ ଅଭ୍ୟାସ ସେସନରେ ପଡିଆକୁ ଓହ୍ଲାଇବା ମାତ୍ରେ ଏଏମଏ ଚିଦାମ୍ବରମ ଷ୍ଟାଡିୟମରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା।

ଧୋନୀ ନିଜ କ୍ୟାରିୟରକୁ ନେଇ ଜାରି କଳ୍ପନା ଜଳ୍ପନା ମଧ୍ୟରେ ଅଭ୍ୟାସ ପାଇଁ ସୋମବାର ପଡିଆକୁ ଓହ୍ଲାଇଛନ୍ତି। ଯେମିତି ସେ ନେଟ୍ ପ୍ରାକ୍ଟିସ୍ ପାଇଁ ବ୍ୟାଟ୍ ଧରି ପିଚକୁ ଓହ୍ଲାଇଲେ ସେହି ସମୟରେ ପଡିଆ ବାହାରେ ତାଙ୍କର ଝଲକ ପାଇବା ପାଇଁ ସେଠାରେ ପ୍ରଶଂସକଙ୍କ ଗହଳି ଜମି ରହିଥିଲା। ଷ୍ଟାଡିୟମ ଧୋନୀ ଧୋନୀ ନାରାରେ ଗୁଞ୍ଜି ଉଠୁଥିଲା। ଏହା ମଧ୍ୟରେ ଧୋନୀ ନିଜର ଅଭ୍ୟାସ୍ ଆରମ୍ଭ କରିଥିଲେ।

wp:core-embed/twitter {"url":"https://twitter.com/ChennaiIPL/status/1234487950274023426?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms","type":"rich","providerNameSlug":"twitter","className":""}
https://twitter.com/ChennaiIPL/status/1234487950274023426?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms
/wp:core-embed/twitter

ଗତ ବର୍ଷ ଦିନିକିଆ ବିଶ୍ଵ କପ ପରଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ଏବେ ଏହି ବରିଷ୍ଠ ଖେଳାଳି କ୍ରିକେଟକୁ ଅଲବିଦା କହି ଦେବେ। କାରଣ  ଏହି ପୂର୍ବତନ ଭାରତୀୟ ଅଧିନାୟକ ବିଶ୍ଵ କପ ସେମି ଫାଇନଲାରେ ଭାରତର ପରାଜୟ ପରଠୁ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଏବେ ସେ ଆଇପିଏଲ ଜରିଆରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସିଏସକେ ଧୋନୀଙ୍କ ଅଭ୍ୟାସର ଏକ ଭିଡିଓ ମଧ୍ୟ ନିଜର ଟ୍ଵିଟ ଆକାଉଣ୍ଟରେ ସେୟାର କରିଛନ୍ତି।

wp:core-embed/twitter {"url":"https://twitter.com/msdfansofficial/status/1234473335133622272?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms","type":"rich","providerNameSlug":"twitter","className":""}
https://twitter.com/msdfansofficial/status/1234473335133622272?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms
/wp:core-embed/twitter

ଏହା ପୂର୍ବରୁ ଧୋନୀ ଯେବେ ଚେନ୍ନାଇ ସୁପର  କିଙ୍ଗ୍ସ ଦଳର  ବସରେ ବସି ଷ୍ଟାଡିୟମ ଅଭିମୁଖେ ବାହାରିଲେ, ସେହି ସମୟରେ ସଡକର ଉଭୟ ପାର୍ଶ୍ଵରେ ତାଙ୍କ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା। ବସର ଆଖପାଖରେ ବାଇକରେ ଯାତ୍ରା କରୁଥିବା ତାଙ୍କର ପ୍ରଶଂସକ ଧୋନୀ ଧୋନୀ ନାରା ଲଗାଉଥିବା ଦେଖିବାକୁ ମିଳିଥିଲା।

wp:core-embed/twitter {"url":"https://twitter.com/msdfansofficial/status/1234494712553209856?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms","type":"rich","providerNameSlug":"twitter","className":""}
https://twitter.com/msdfansofficial/status/1234494712553209856?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms
/wp:core-embed/twitter

ନେଟ୍ ଅଭ୍ୟାସ୍ ସମୟରେ ସେ କିଛି ଜୋରଦାର ସଟ୍ ଲଗାଇ ନିଜ ପ୍ରଶଂସକଙ୍କୁ ଆନନ୍ଦିତ କରିଥିଲେ। ଚେନ୍ନାଇ ଖେଳାଳିଙ୍କ ଅଭ୍ୟାସ୍ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ ଜମି ଥିଲା। ସୋମବାର ସିଏସକେର ଅମ୍ବତି ରାୟୁଡୁ, ମୁରଲୀ ବିଜୟ, ପିୟୂଷ ଚାଓ୍ଵଲା, କର୍ଣ୍ଣ ଶର୍ମା, ଆର ସାଇ କିଶୋର ଓ ଏନ ଜଗଦୀଶନ ଅଭ୍ୟାସ୍ କରିବାକୁ ପଡିଆକୁ ଓହ୍ଲାଇଥିଲେ। ଉଲ୍ଲେଖଯୋଗ୍ୟ, ଆଇପିଏଲର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ।

wp:core-embed/twitter {"url":"https://twitter.com/msdfansofficial/status/1234453405596209152?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms","type":"rich","providerNameSlug":"twitter","className":""}
https://twitter.com/msdfansofficial/status/1234453405596209152?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fms-dhoni-attend-1st-practice-session-of-chennai-super-kings-fans-shouted-dhoni-dhoni%2Farticleshow%2F74445198.cms
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.