'ଧୋନୀ ଓ କୋହଲି ମୋତେ ସମର୍ଥନ କରିନଥିଲେ', ଏମିତି କାହିଁକି କହିଲେ ଯୁବରାଜ ?

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧|୦୪: ୧୭ ବର୍ଷ ଧରି ଅନେକ ଅଧିନାୟକଙ୍କ ନେତୃତ୍ୱରେ ଖେଳିଥିବା ୩୮ ବର୍ଷୀୟ ଯୁବରାଜ ସିଂ କାହାକୁ ଅଧିକ ପସନ୍ଦ କରୁଛନ୍ତି ସେନେଇ ଖୁଲସା କରିଛନ୍ତି । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱକୁ ସେ ଅଧିକ ମନେପକାନ୍ତି ବୋଲି କହିଛନ୍ତି ।

wp:core-embed/twitter {"url":"https://twitter.com/BCCI/status/1138090546767966210?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1138090546767966210\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fyuvraj-singh-reveals-ms-dhoni-virat-kohli-didnt-support-me-like-sourav-ganguly-did-tspo-1-1176599.html","type":"rich","providerNameSlug":"twitter","className":""}
https://twitter.com/BCCI/status/1138090546767966210?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1138090546767966210&ref_url=https%3A%2F%2Faajtak.intoday.in%2Fsports%2Fstory%2Fyuvraj-singh-reveals-ms-dhoni-virat-kohli-didnt-support-me-like-sourav-ganguly-did-tspo-1-1176599.html
/wp:core-embed/twitter

ବାମହାତୀ ବ୍ୟାଟସମ୍ୟାନ ଯୁବରାଜ କହିଛନ୍ତି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱକୁ ସେ ବେଶୀ ମନେ ପକାଉଛନ୍ତି । ଗାଙ୍ଗୁଲି ତାଙ୍କୁ ବହୁତ ସମର୍ଥନ କରିଥିଲେ । କିନ୍ତୁ କୋହଲି ଓ ଧୋନୀ ସେହିଭଳି ତାଙ୍କୁ ସପୋର୍ଟ କରିନଥିଲେ । ମୁରଲିଧରନଙ୍କ ବୋଲିଂର ସାମ୍ନା କରିବା ତାଙ୍କୁ ଅଳ୍ପ କଷ୍ଟକର ଲାଗେ । ତାଙ୍କ ବଲ ବୁଝିହୁଏନି । ସେହି ସମୟରେ ସଚିନ ତେନ୍ଦୁଲକର ମୁରଲିଧରନଙ୍କ ବିପକ୍ଷରେ ସ୍ୱିପ୍ ସଟ୍ ଖେଳିବାକୁ କହିଥିଲେ । ତେବେ ସେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୧ ବିଶ୍ୱକପରେ ମ୍ୟାନ ଅଫ୍ ଦି ସିରିଜ ହୋଇଥିଲେ ।

{"id":247389,"width":756,"height":567,"sizeSlug":"large"}

ଯୁବରାଜ ଆହୁରି କହିଛନ୍ତି ଯେ, ଗ୍ଲେନ୍ ମ୍ୟାକଗ୍ରାଥଙ୍କ ବଲ ତାଙ୍କୁ ଅଧିକ ଅସୁବିଧାରେ ପକାଇଥାଏ ।କିନ୍ତୁ ସେ ତାଙ୍କ ବିରୋଧରେ ଅଧିକ ମ୍ୟାଚ ଖେଳି ନାହାଁନ୍ତି । ସୂଚନାଯୋଗ୍ୟ, ଯୁବରାଜ ୩୦୪ଟି ଦିନିକିଆ ଖେଳି ୮୭୦୧ ରନ କରିଥିବା ବେଳେ ୧୪ଟି ଶତକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.