Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଧୋନୀଙ୍କୁ ଲକ୍ଷ୍ୟ କରୁଥିଲି, ସେ ହିଁ ଦଳର ଆଗାମୀ ଅଧିନାୟକ ହେବେ ବୋଲି ବିସିସିଆଇକୁ କହିଥିଲି’- ସଚିନ

18/08/2020 at 10:27 PM

ନୂଆଦିଲ୍ଲୀ, ୧୮|୦୮:  ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକସରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର ।

ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଆଇପିଏଲ ଖେଳିବେ ବୋଲି କହିସାରିଛନ୍ତି ।ଅବସର ପରେ ଅନେକ ଖେଳାଳି, ଅଭିନେତା, ସେଲିବ୍ରିଟି ଧୋନୀଙ୍କ ଆଗାମୀ ଭବିଷ୍ୟତକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ସଚିନ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମ ସ୍ଲିପରେ ଫିଲ୍ଡିଂ କରୁଥିଲେ ଧୋନୀଙ୍କୁ ଲକ୍ଷ୍ୟ କରୁଥିଲେ । ଧୋନୀଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ଥିଲା । ସେ ଖେଳକୁ ଠିକ୍ ଭାବେ ବୁଝିପାରୁଥିଲେ । ଏପରିକି ସେ ୨୦୦୭ରେ ବିସିସିଆଇକୁ ମଧ୍ୟ ନେତୃତ୍ୱ ଭାର ମାହିଙ୍କୁ ଦିଆଯାଉ ବୋଲି କହିଥିଲେ  ।

ସେହି ବର୍ଷ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ସଚିନ ଜୁନିଅର ଖେଳାଳିଙ୍କୁ ୨୦୦୭ ଟି୨୦ ବିଶ୍ୱକପର ନେତୃତ୍ୱ ଦେବାକୁ କହିଥିଲେ । ସଚିନ ଧୋନୀଙ୍କ ନାଁ ନେଇଥିଲେ । ସେ ଧୋନୀଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ । ଏପରିକି ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ତାଙ୍କର ଥିଲା ।

୨୦୦୮ରେ ଧୋନୀଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାର ଦିଆଯାଇଥିଲା । ଦଳରେ ସଚିନ, ଦ୍ରାବିଡ, ଭିବିଏସ ଲକ୍ଷ୍ମଣଙ୍କ ଭଳି ଖେଳାଳି ଥିବା ସତ୍ତ୍ୱେ ଧୋନୀ ହିଁ ସବୁଠୁ ହକଦାର ଥିଲେ । ସେତେବେଳକୁ ସଚିନ କ୍ରିକେଟରେ ୧୯ ବର୍ଷ ଅତିବାହିତ କରିସାରିଥିଲେ ।

   Related Posts