ଡବଲ ହେଲା ଖୁସି: ପୁଣିଥରେ ବାପା ହେବାକୁ ଯାଉଛନ୍ତି ମାହି, ୪ ମାସର ଗର୍ଭବତୀ ଅଛନ୍ତି ପତ୍ନୀ ! ଖୁଲାସା କଲେ ମିସେସ୍ ରୈନା

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ୧୬/୧୦: ଚେନ୍ନାଇ ଚାମ୍ପିଅନ ହେବା ପରେ ଧୋନୀଙ୍କ ଖୁସି ଏବେ ଡବଲ । ଟାଇଟଲ୍ ଜିତିବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଅଧିନାୟକ ଧୋନିଙ୍କ ପତ୍ନୀ ସାକ୍ସି ଧୋନି ଆନନ୍ଦରେ ଡେଇଁପଡିଥିଲେ । ଚେନ୍ନାଇ ଜିତିବା ମାତ୍ରେ ତାଙ୍କ ପତ୍ନୀ ସାକ୍ସି ଆଲିଙ୍ଗନ କରି ବିଜୟର ଅଭିନନ୍ଦନ ଜଣାଇଥିଲେ । ମ୍ୟାଚ୍ ଚାଲୁଥିବା ବେଳେ ଷ୍ଟାଡିୟମରେ ବସି ସ୍ୱାମୀଙ୍କୁ ଚିଏର ଅଫ୍ କରୁଥିଲେ ପତ୍ନୀ ।

ତେବେ ସେତେବେଳେ ଲାଗୁଥିଲା ଯେ ସେ ଗର୍ଭବତୀ ଅଛନ୍ତି । ଏବେ ଜଣାପଡିଛି ଖୁବ୍ ଶୀଘ୍ର ଆଉ ଜଣେ ନୂତନ ଅତିଥି ମାହିଙ୍କ ଘରକୁ ଆସୁଛନ୍ତି । ଚେନ୍ନାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ପରଠାରୁ ସାକ୍ସି ଗର୍ଭଧାରଣ ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରକାଶିତ ଖବରରେ ଏହା କୁହାଯାଉଛି ଯେ ଧୋନିଙ୍କ ପତ୍ନୀ ସାକ୍ସି ଗର୍ଭବତୀ ଅଛନ୍ତି ।

wp:html /wp:html

ଖୁବ୍ ଶୀଘ୍ର କୁନି ଅତିଥି ସେମାନଙ୍କ ଘରକୁ ଆସିବେ। ତେବେ ଧୋନିଙ୍କ CSK ସାଥୀ ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା ରୈନା ସାକ୍ସୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ସାକ୍ସି ଚାରି ମାସର ଗର୍ଭବତୀ ଅଛନ୍ତି । ତେବେ ଧୋନୀଙ୍କ ତରଫୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି । ତଥାପି ଖବର ଭାଇରାଲ ହେବା ପରେ ମାହି ଓ ମିସେସ ଧୋନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଲାଣି ।

wp:html /wp:html

ଦେହରାଡୁନ ନିବାସୀ ସାକ୍ସି ଧୋନିଙ୍କୁ ଜୁଲାଇ ୪, ୨୦୧୦ ରେ ବିବାହ କରିଥିଲେ । ସେତେବେଳେ ସାକ୍ସି ହୋଟେଲ ମ୍ୟାନେଜମେଣ୍ଟ ପଢୁଥିଲେ । ପରେ ସେ କୋଲକାତାର ତାଜ ବେଙ୍ଗଲ ହୋଟେଲରେ ଟ୍ରେନିଂ ଭାବରେ କାର୍ଯ୍ୟ କରୁଥିଲେ । ସାକ୍ସି ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଧୋନି ପିଲାଦିନରୁ ପରସ୍ପରକୁ ଜାଣିଥିଲେ । ସେମାନଙ୍କ ପିତା ରାଞ୍ଚିରେ ସମାନ ଫାର୍ମରେ କାମ କରୁଥିଲେ । ୧୦ ବର୍ଷ ପରେ ସାକ୍ସି ଏବଂ ଧୋନି କୋଲକାତାରେ ଉଭୟ ଉଭୟଙ୍କୁ ଭେଟିଥିଲେ । ଦୁଇ ବର୍ଷର ବନ୍ଧୁତା ପରେ ଦୁହେଁ ବିବାହ କରିଥିଲେ ।

wp:html /wp:html

ସାକ୍ସି ଏବଂ ଧୋନିଙ୍କର ଜୀଭା ନାମକ ଏକ ଝିଅ ଅଛି । ଫେବୃଆରୀ ୨୦୧୫ ରେ ଏମଏସ ଧୋନି ପ୍ରଥମ ଥର ପାଇଁ ପିତା ହୋଇଥିଲେ । ଏବେ ଜିଭାଙ୍କୁ ମାତ୍ର ୬ ବର୍ଷ । ଏବେ ଆଇପିଏଲ୍ 2021 ଫାଇନାଲ୍ ପରେ ଏହି ଖବର ବିଶ୍ୱାସ କରାଯାଉଛି, ଯେ ଧୋନୀ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.