Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହାପି ବାର୍ଥଡେ ମାହି : ୯ଥର ଆଇପିଏଲ୍ ଫାଇନାଲ୍ ଖେଳିଥିବା ପ୍ରଥମ ଖେଳାଳି, ରାଗିଗଲେ ନାକ ତେଢା କରିଦିଅନ୍ତି

7/07/2020 at 2:49 PM

ମୁମ୍ବାଇ ୦୭/୦୭ : ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ୩୯ତମ ଜନ୍ମଦିନ | ୧୯୮୧ ମସିହା ଜୁଲାଇ ୭ ତାରିଖରେ ଝାରଖଣ୍ଡ ରାଞ୍ଚିରେ ଜନ୍ମ ହୋଇଥିଲେ ମାହି | ମାହି ଅନ୍ତରାଷ୍ଟ୍ରୀୟ କ୍ରିକେଟ ସହ ଆଇପିଏଲରେ ମଧ୍ୟ ଅନେକ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା କେଉଁ ଖେଳାଳି ପାଇଁ ବହୁତ ମୁସ୍କିଲ | ଧୋନି ଆଇପିଏଲ ସବୁଠାରୁ ଅଧିକ ୯ଥର ଫାଇନାଲ ମ୍ୟାଚ ଖେଳିଛନ୍ତି | ଆଇପିଏଲରେ ସେ ନିଜ ଟିମ ଚେନ୍ନାଇ ସୁପରକିଙ୍ଗକୁ ୩ ଥର ବିଜୟୀ ମଧ୍ୟ କରିଛନ୍ତି | ଧୋନି ସବୁଠାରୁ ଅଧିକ ୨୦୦ ଏକ ଦିବସୀୟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି | ସେଥିରୁ ୧୧୦ ମ୍ୟାଚରେ ଭାରତ ବିଜୟୀ ହୋଇଛି |

ମାହି ୯୦ ଟେଷ୍ଟ ମ୍ୟାଚ, ୩୪୯ ଏକ ଦିବସୀୟ ମ୍ୟାଚ, ୯୮ ଟି-୨୦ ମ୍ୟାଚ ଖେଳିଛନ୍ତି | ୨୦୧୫ ମସିହାରେ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିଲେ | ୨୦୧୩ ମସିହାରେ ମାହି ଚାମ୍ପିଅନସିପ ଟ୍ରଫି ଜିତିଥିଲେ | ଧୋନି ମୈଦାନ ଭିତରେ ଏବଂ ବାହାରେ ସବୁବେଳେ ଶାନ୍ତ ରୁହନ୍ତି | ସେ ସାଧାରଣତଃ ରାଗନ୍ତିନି | ତାଙ୍କ ପ୍ରଶଂସକ ମଧ୍ୟ ସମ୍ଭବତଃ କେବେ ତାଙ୍କୁ ରାଗିଥିବାର ଦେଖିଥିବେ | ମାହିଙ୍କ କ୍ଲବର କୋଚ ଚଞ୍ଚଲ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ମାହି ପାଖରେ ରାଗ କଣ୍ଟ୍ରୋଲ କରିବାର ଏକ ଅଲଗା କଳା ଅଛି | ସେ କହିଛନ୍ତି ରାଗିଗଲେ ଧୋନି ନିଜ ନାକକୁ ତେଢା କରିଦିଅନ୍ତି | ଲୋକଙ୍କ ସାମ୍ନାରେ ସେ ନିଜ କ୍ରୋଧ ଜାହିର କରନ୍ତିନି |

ସ୍ପିଡ଼ ବୋଲର ମୋହିତ ଶର୍ମା କହିଛନ୍ତି ଯେ, ମାହିଙ୍କୁ ମଧ୍ୟ କ୍ରୋଧ ଆସେ କିନ୍ତୁ ସେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବା ଜାଣିଛନ୍ତି | ସେ ଅନ୍ୟମାନଙ୍କ ଭଳି କ୍ରୋଧ ଆସିଲେ ପାଟି କରନ୍ତିନି କି କାହାର କ୍ଷତି କରନ୍ତିନି, ବାସ ଚୁପ ରହିଯାନ୍ତି |

   Related Posts