Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆଜିର ଦିନରେ ପ୍ରଥମ ଥର ଧୋନୀଙ୍କ ଦମ୍ ଦେଖିଥିଲା ସାରା ବିଶ୍ୱ, ପାକିସ୍ତାନୀ ବୋଲରଙ୍କ ହଜି ଯାଇଥିଲା ନିଦ

5/04/2020 at 12:49 PM

ନୂଆଦିଲ୍ଲୀ, ୦୫|୦୪:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ବିଶ୍ୱକପଠାରୁ କ୍ରିକେଟରୁ ଦୂରରେ ରହିଛନ୍ତି । ସେ କେବେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବେ କେହି ଜାଣିନାହାଁନ୍ତି । ଆଇପିଏଲରେ ସେ ଖେଳିବା ସ୍ପଷ୍ଟ ଥିଲେ ମଧ୍ୟ କରୋନା ଭାଇରସ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି ।

ତେବେ ଧୋନୀ ଆଜିର ଦିନରେ ଏପ୍ରିଲ ୨୦୦୫ରେ ନିଜଜ କ୍ୟାରିଅରର ପ୍ରଥମ ଶତକ ଲଗାଇଥିଲେ । ବିଶାଖାପାଟନାମରେ ତାଙ୍କ ଏହି ଶତକ ଏଥିପାଇଁ ଖାସ୍ କରାଣ ଏହି ମ୍ୟାଚ ପାକିସ୍ତାନ ବିପକ୍ଷରେ ଥିଲା । ସେ ୧୪୮ ରନର ଇନିଂସ ଖେଳିଥିଲେ ।

ଏହା ପୂର୍ବରୁ ୪ଟି ଦିନିକିଆରେ ଧୋନୀ ଭଲ ସ୍କୋର କରିନଥିଲେ । ବାଂଲାଦେଶ ବିପକ୍ଷରେ ନିଜ ପଦାର୍ପଣ ମ୍ୟାଚରେ ସେ ବିନା କୌଣସି ରନରେ ଆଉଟ ହୋଇଥିଲେ । ପାକିସ୍ତାନ ବିପକ୍ଷ ସିରିଜ ଦ୍ୱିତୀୟ ମ୍ୟାଚରେ ଗାଙ୍ଗୁଲି ନିଜ ସ୍ଥାନରେ ଧୋନୀଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ । ଧୋନୀ ନିଜକୁ ପ୍ରମାଣିତ କରି ୧୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ଏହି ମ୍ୟାଚରେ ସେ ୧୨୩ଟି ବଲ ଖେଳି ୧୫ଟି ଚୌକା ଓ ୪ଟି ଛକ୍କା ଲଗାଇ ୧୪୮ ରନ କରିଥିଲେ । ସେ ଦ୍ୱିତୀୟ ଓ୍ୱିକେଟରେ ସେହ୍ୱାଗଙ୍କ ସହ ୯୬ ରନର ଇନିଂସ ଖେଳିଥିଲେ । ସେହି ଦିନ ହିଁ ଧୋନୀଙ୍କୁ ସାରା ବିଶ୍ୱ ଜାଣିଥିଲା । ଦିନିକିଆ ଭଳି ଧୋନୀ ପାକିସ୍ତାନ ବିପକ୍ଷରେ ହିଁ ନିଜ ଟେଷ୍ଟ୍ କ୍ୟାରିଅରର ପ୍ରଥମ ଶତକ ଲଗାଇଛନ୍ତି । ଏହି ମ୍ୟାଚରେ ମଧ୍ୟ ସେ ୧୪୮ ରନ କରିଥିଲେ । ଏହି ମ୍ୟାଚ ୨୦୦୬ରେ ଖେଳାଯାଇଥିଲା ।

   Related Posts