ଧୋନୀଙ୍କ ଏକ ଲକ୍ଷ ଟଙ୍କା ଦାନ ଖବରକୁ ନେଇ ରାଗିଗଲେ ପତ୍ନୀ ସାକ୍ଷୀ, କହିଲେ...

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରୋନା ଭାଇରସ ପ୍ରଭାବିତ ୧୦୦ ପରିବାରକୁ ୧ ଲକ୍ଷ ଟଙ୍କା ଦାନ କରିଥିବା କୁହାଯାଉଛି । ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ଏହାକୁ ନେଇ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଏହି ମାମଲାରେ ସଫେଇ ଦେବାକୁ ଯାଇ ଟ୍ୱିଟ୍ ମଧ୍ୟ କରିଛନ୍ତି । ତେବେ ଟ୍ୱିଟରେ ସେ ଏହି ଘଟଣାକୁ ନେଇ ସମସ୍ତ ସୂଚନା ଦେଇନାହାଁନ୍ତି ।

ସାକ୍ଷୀ ଟ୍ୱିଟ କରି କହିଛନ୍ତି ଯେ, ଗଣମାଧ୍ୟମ ସଂସ୍ଥା ଏହି ସମ୍ବେଦନଶୀଳ ସମୟରେ ମିଛ ଖବର ପ୍ରକାଶ ନକରନ୍ତୁ । ଏପିରିକି ସାମ୍ବାଦିକମାନଙ୍କୁ ଦାୟିତ୍ୱବାନ ହେବାକୁ ପଡିବ ବୋଲି ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।

{"id":245095,"width":755,"height":424,"sizeSlug":"large"}

କିଛି ରିପୋର୍ଟରେ ଧୋନୀ କରୋନା ଭାଇରସ କାରଣରୁ ଲକଡାଉନ ସମୟରେ ପୁଣେର ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା ଦେଇଥିବା ପ୍ରକାଶ ପାଇଥିଲା । ଏହାପରେ ସୋସିଆଲ ମିଡିଆରେ ଅନେକ ୟୁଜର ତାଙ୍କୁ ସମାଲୋଚନା କରିଥିଲେ । ବାର୍ଷିକ ୮୦୦ କୋଟି ଆୟ କରୁଥିବା ଧୋନୀ ଏକ ଲକ୍ଷ ଟଙ୍କା ଦେଇଥିବାରୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା ।

କୁହାଯାଉଛି ଯେ, ଏକ ଏନଜିଓ ଧୋନୀଙ୍କ ଠାରୁ କିଛି ସାହାଯ୍ୟ ମାଗିଥିଲା । ଏନଜିଓ ମାଗିଥିବା ଅର୍ଥ ଧୋନୀ ଦାନ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ୟୁଜର ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.