Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପ୍ରଥମ ମ୍ୟାଚରେ ଧୋନୀଙ୍କ ଡକ୍, ୨୦୧୫ ପରେ ପୁଣି ହେଲା ଏପରି…

11/04/2021 at 8:38 AM

ଚେନ୍ନାଇ, ୧୧।୦୪:  ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଆଇପିଏଲର ନିଜର ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଦିଲ୍ଲୀ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ଏହି ମୁକାବିଲାରେ ସୁରେଶ ରାଇନା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩୬ ବଲରୁ ବିସ୍ଫୋରକ ୫୪ ରନ୍ କରିଥିଲେ । ସେହିପରି ମ୍ୟାଚର ଶେଷ ଓଭରରେ ସାମ୍ କୁରେନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଫଳରେ ସିଏସକେ ୧୮୮ ରନ୍ କରିପାରିଥିଲା ।

ମୁକାବିଲାରେ ପୂର୍ବରୁ ଧୋନୀଙ୍କ ଫ୍ୟାନମାନେ ମାହିଙ୍କ ବ୍ୟାଟିଂ ଦେଖିବାକୁ ଉତ୍ସାହର ସହ ଅନାଇ ବସିଥିଲେ । କିନ୍ତୁ ଧୋନୀ ସେମାନଙ୍କୁ ନିରାଶ କରିଥିଲେ । ସେ ଖାତା ନଖୋଲି ପ୍ୟାଭିଲିୟନ ଫେରିଥିଲେ । ଆଓ୍ୱେସ ଖାନଙ୍କ ବଲରେ ସେ ଆଉଟ ହୋଇଥିଲେ । ବଲ୍ ଧୋନୀଙ୍କ ବ୍ୟାଟରେ ବାଜି ଷ୍ଟମ୍ପରେ ବାଜିଥିଲା ।

୨୦୧୫ ପରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଧୋନୀ ବିନା କୌଣସି ରନରେ ଆଉଟ୍ ହୋଇଛନ୍ତି । ଶେଷ ଥର ପାଇଁ ସେ ମୁମ୍ବାଇ ବିପକ୍ଷରେ ୦ରେ ଆଉଟ୍ ହୋଇଥିଲେ । ଏହାସହ ସେ ଆଇପିଏଲରେ ଚତୁର୍ଥ ଥର ଓ ଦିଲ୍ଲୀ ବିପକ୍ଷରେ ଦ୍ୱିତୀୟ ଥର ଖାନା ନଖୋଲି ପ୍ୟାଭିଲିୟନ ଫେରିଛନ୍ତି ।

ଆଇପିଏଲରେ ଧୋନୀଙ୍କ ୦

୦ ବନାମ ରାଜସ୍ଥାନ ରୟାଲ୍ସ, ୨୦୧୦

୦ ବନାମ ଦିଲ୍ଲୀ ଡେୟାରଡେଭିଲ୍ସ, ୨୦୧୦

୦ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୧୫

୦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୨୧

   Related Posts