ବିଜ୍ଞାପନ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ଧୋନୀଙ୍କ ଝିଅ ଜିଭା, ସୋସିଆଲ୍‌ ମିଡିଆରେ ଚାଲିଛି ଏମିତି ଚର୍ଚ୍ଚା

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧/୧୨: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପ​‌ରେ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲ୍‌ ୨୦୨୦ରେ ଖରାପ ପ୍ରଦର୍ଶନକୁ ଭୁଲି ଏବେ ଧୋନୀ, ପତ୍ନୀ ସାକ୍ଷି ରାଓ୍ବତ ଓ ଝିଅ ଜିଭାଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ବାପା ପ୍ରତିଭାବାନ ଖେଳାଳି ଭାବେ ନାଁ କମାଇଥିବା ବେଳେ ଏବେ ଝିଅ ନାଁ କମାଇବାକୁ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜିଭା ସିଂହ ଧୋନୀ ବିଜ୍ଞାପନ ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ୍‌ ଭୟାନୀଙ୍କ ଅନୁସାରେ ମାହି ନିଜ ଝିଅଙ୍କ ସହ ଓରିଓ ବିସ୍କିଟ୍‌ର ନୂଆ ଆଡ୍‌ରେ ନଜର ଆସିପାରନ୍ତି। ଯଦି ଏପରି ହେଲା ତେବେ ଜିଭା ବିଜ୍ଞାପନ ଦୁନିଆରେ ପାଦ ଥାପିବେ।

wp:html
/wp:html

ଅନ୍ୟପଟେ ଓରିଓ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଭିଡିଓ ସହ କ୍ୟାପ୍ସନ ରହିଛି, ଅନୁମାନ ଲଗାନ୍ତୁ ଆମ ପରିବାର ସହ କିଏ ସାମିଲ ହେବାକୁ ଯାଉଛନ୍ତି। ଅଧିନାୟକ ଓ ଉପ ଅଧିନାୟକ ଖେଳ ପାଇଁ ରିପୋର୍ଟ କରୁଛନ୍ତି। ଏହି ପୋଷ୍ଟରୁ ଅନୁମାନ କରାଯାଉଛି ଏଥିରେ ଧୋନୀଙ୍କ କଥା କୁହାଯାଇଛି। କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.