ମାଟି ସମତୁଲ ବେଳେ ଟ୍ରାକ୍ଟର ମୁନରେ ବାଜିଲା ପଥର, ମାଟି ତଳୁ ମିଳିଲା ଶିବ ଲିଙ୍ଗ ଓ ପାର୍ଶ୍ଵ ମୂର୍ତ୍ତି

Published By : Prameya-News7 Bureau | November 16, 2020 IST

ଭଦ୍ରକ ୧୬।୧୧:  ଅମାଵାସ୍ୟା ରାତିରେ ମାଟିତଳୁ ବାହାରିଲା ଶିବ ଲିଙ୍ଗ ଓ ପାର୍ଶ୍ବ ମୂର୍ତ୍ତି । ଗାଁରେ ଏଵେ ଭକ୍ତିମୟ ପରିବେଶ । ମାଟି ସମତୁଳ କରିବା ବେଳେ ଟ୍ରାକ୍ଟର ଫାଳ ପଥରରେ ବାଜି ଭାଙ୍ଗିଥିଲା । ଖୋଳିଲା ବେଳେ ବାହାରିଲା ଶିବ ଲିଙ୍ଗ ଓ ପାର୍ଶ୍ଵ ମୂର୍ତ୍ତି ।

ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର  ଗାଁର ବଲଦିଆପଦା ପଡିଆରେ ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କାର୍ଯ୍ୟ ଚାଲୁଥିଲା । ତେବେ ଏହି କାର୍ଯ୍ୟ ଚାଲୁଥିବା ବେଳେ ଟ୍ରାକ୍ଟର ମୁନରେ ପଥର ବାଜି ଥିଲା । ପଥର ବାଜି ଟ୍ରାକ୍ଟର ଫାଳ  ଭାଙ୍ଗି ଯାଇଥିଲା । ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ମାଟି ଖୋଳିଥିଲେ, ଏବଂ ଏକ ପଥ ମୂର୍ତ୍ତି ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ସରପଞ୍ଚ ଓ ଗାଁ ଲୋକଙ୍କୁ ଖବର ଦେବାରୁ  ସମସ୍ତେ ଏକତ୍ରିତ ହୋଇଥିଲେ । କିଛି ସମୟ ପରେ ମୂର୍ତ୍ତିକୁ ମାଟିରୁ ବାହାର କରିବା ପାଇଁ ଖୋଳାଖୋଳି ଜୋରଦାର ହୋଇଥିଲା । ପାତାଳି ମୂର୍ତ୍ତିକୁ ଦେଖି ଅଧିକ ଖୋଳାଯାଇଥିଲେ, ଏବେ ଗାଁରେ ପୂଜା ପାଠ ଚାଲିଛି। ସହ ସହ ଲୋକଙ୍କ ଘଟଣାସ୍ଥଳରେ ସମାଗମ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ତେବେ ଠାକୁରଙ୍କ ନିକଟରେ କାଳେଶୀ ଲାଗିଥିବାରୁ ଲୋକଙ୍କ ମଧ୍ୟରେ ବିଶ୍ବାସ ଦେଖିବା ପାଇଁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.