ପୋଖରୀ ଭିତରୁ କାର୍ ସହ ମିଳିଲା ଜଣଙ୍କ ମୃତଦେହ, ପୋଖରୀରେ ଆଉ ମୃତଦେହ ଥିବା ସନ୍ଦେହ

Published By : Prameya-News7 Bureau | October 09, 2021 IST

କେନ୍ଦୁଝର ୯।୧୦: କେନ୍ଦୁଝର ଶୁଆକାଟୀ ଫାଣ୍ଡିର ଜାମୁଡିହା ଗାଁ ପୋଖରୀରେ ଭାରସାମ୍ୟ ହରାଇ ପଶିଲା କାର୍ । ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ କାର୍ ସହ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି । କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜାମୁଡିହା ଗାଁ ପୋଖରୀରେ ଏକ କାର୍ ଭାସୁଥିବା ଶନିବାର ସକାଳେ ଗାଁ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ଭିତରୁ କାରଟିକୁ ଉଦ୍ଧାର କରିବା ସହ ପୋଖରୀରୁ ଏକ ମୃତଦେହ ମଧ୍ୟ ଉଦ୍ଧାର କରିଛି ।

{"id":524544,"width":754,"height":415,"sizeSlug":"full","linkDestination":"none"}

କାର୍ ଭିତରୁ ତିନୋଟି ଚପଲ ମିଳିଥିବାରୁ ପୋଖରୀରେ ଆଉ କେହି ରହିଯାଇଥିବା ସନ୍ଦେହରେ ଖୋଜାଖୋଜି ଜାରି ରଖିଛି ।  ମୃତ ବ୍ୟକ୍ତିଙ୍କ ବେକରେ ପଡିଥିବା ଆଇ କାର୍ଡରେ ତାଙ୍କ ନାଁ ସୋଷ କୁମାର ପଣ୍ଡା ଲେଖାଥିବା ବେଳେ ଭୁବନେଶ୍ବରର ବିଦ୍ୟାଶ୍ରୀ ଇଲେକଟ୍ରୋନିକ୍ସ ପ୍ରାଇଭେଟରେ ଲିମିଟେଡରେ ମ୍ୟାନେଜର ବୋଲି ଲେଖାଥିବା ଦେଖିବାକୁ ମିଳିଛି । କାର୍ ଟିର ନମ୍ବର ମଧ୍ୟ ଓଆର ୦୨ଏଜେଡ୍‌ ୬୦୫୨ ରହିଛି । ତେବେ କେଉଁ କାରଣରୁ କାରଟି ପୋଖରୀ ଭିତରେ ପଶିଲା ତାହା ପୋଲିସ ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.