ଗାଡ଼ିଆରୁ ୨୦ ବର୍ଷୀୟ ଯୁବତୀଙ୍କ ମୃତଦେହ ଉଦ୍ଧାର, ଚିରି ଯାଇଛି ପିନ୍ଧା ଡ୍ରେସ୍‌, ଦୁଷ୍କର୍ମ ସନ୍ଦେହ

Published By : Prameya-News7 Bureau | October 24, 2021 IST

ଘଟଗାଁ, ୨୪/୧୦: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତପୁର ଗାଁର ବୁଢାଖମଣ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବୁଢାଖମଣ ସାହି ନିକଟବର୍ତ୍ତି ଏକ ଗାଡ଼ିଆରୁ ଧିର ଦଣ୍ଡପାଟଙ୍କ ଝିଅ ରିନା ଦଣ୍ଡପାଟ(୨୦)ଙ୍କ ମୃତ ଦେହ ଉଦ୍ଧାର କରିଛି ପଣ୍ଡାପଡା ଥାନା ପୋଲିସ୍ | ଯୁବତୀ ଜଣଙ୍କ ଉକ୍ତ ବୁଢାଖମଣ ସାହିର ବୋଲି ଜଣାପଡିଛି | ଯୁବତି ଜଣଙ୍କ ଗତକାଲି ରାତିରୁ ନିଖୋଜ୍ ଥିଲେ | ପରିବାର ଲୋକେ ଗତକାଲି  ରାତିରୁ ଆଜି ଦିନ ସାରା ଖୋଜି ମଧ୍ୟ ପାଇନଥିଲେ  |

ତେବେ ଆଜି ସନ୍ଧ୍ୟା ସମୟରେ ଯୁବତୀଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ଗାଡ଼ିଆରେ ଯୁବତୀଙ୍କ ମୃତ ଦେହ ଭାସୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ | ପରେ ସଙ୍ଗେ ସଙ୍ଗେ ପଣ୍ଡାପଡା ଥାନାକୁ ଖବର ଦେଇଥିଲେ | ଖବର ପାଇ ଘଟଣାସ୍ଥଳରେ ପଣ୍ଡାପଡା ପୋଲିସ୍ ପହଂଚି ଶବଟିକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି | ଅନ୍ୟପକ୍ଷରେ ଯୁବତୀର ହାତ ଦୁଇଟିକୁ ପଚ୍ଛପଟେ ବନ୍ଧା ହେବା ସହିତ ତାର ଡ୍ରେସ ଚିରିଯାଇଥିବାରୁ ତାକୁ ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ପୋଲିସ୍ ଘଟଣାର ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.