ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20/01/2021 at 4:47 PM

ମାଲକାନଗିରି୨୦/୧: ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ। ମୃତକ ହେଲେ ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ଗ୍ରାମର ବାସୁ କବାସି।ଗତ ତିନି ଦିନ ଧରି ବାସୁ ନିଖୋଜ ଥିଲେ। କିଏ ଓ କାହିଁକି ବାସୁଙ୍କୁ ହତ୍ୟା କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶୁତ୍ରୁତା କିମ୍ବା ପରିବାର ବିବାଦ କାରଣରୁ କିଏ ତାଙ୍କୁ ହତ୍ୟା କରିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏପଟେ ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି ପୋଲିସ।
Related Posts
ଘାଟିରେ ଓଲଟିଲା ଅଗ୍ନିଶମ ଗାଡି, ୪ କର୍ମଚାରୀ ଆହତ
7 March 2021