ଡେଲି ମାର୍କେଟରେ ପଡିଛି ଶିଶୁପୁତ୍ରର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

Published By : Prameya-News7 Bureau | July 09, 2021 IST

ଅନୁଗୋଳ, ୦୯/୦୭: ମାର୍କେଟରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର । ଅନୁଗୋଳ ସହର ଡେଲି ମାର୍କେଟରେ ଏହି ନବଜାତ ଶିଶୁ ପୁତ୍ରର ମୃତଦେହ ପଡିଥିବା ଦେଖିବାକୁ ମିଳିଛି।

ସୂଚନାନୁସାରେ, ଶୁକ୍ରବାର ସ୍ଥାନୀୟ ଲୋକେ ଶିଶୁପୁତ୍ରର ମୃତଦେହ ମାର୍କେଟରେ ପଡିଥିବା ଦେଖିବାକୁ ପାଇଥିଲେ । କେହି ରାତିରେ ଏଠି ଶିଶୁଟିକୁ ପକାଇ ଚାଲି ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।। ଶିଶୁଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଲାଣି। ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଁଚି ନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.