Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଉଦ୍ଧାର ହେଲା ବୁଢା ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ, ବାପାଙ୍କ ଶୁଦ୍ଧିକ୍ରିୟା ବେଳେ ଘଟିଥିଲା ଅଘଟଣ

13/06/2021 at 7:26 AM

ଯାଜପୁର, ୧୩|୦୬: ବୁଢା ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ଶନିବାର ଯାଜପୁର ସଦର ଥାନା ଚଇନପୁର ପଞ୍ଚାୟତ ବଗୁରୁଦାସପୁର ଗାଁରେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିଲା । ମୃତ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ନିହାର ନାୟକ ଓରଫ ତପୁ ।

ସେ ବଡବାପାଙ୍କ ଦଶ ଶୁଦ୍ଧି କ୍ରିୟା କରିବାକୁ ପରିବାର ଲୋକଙ୍କ ସହ ନଦୀରେ ଗାଧୋଉଥିଲେ । ହଠାତ ତପୁଙ୍କ ସାନ ଭାଇଙ୍କ ଗୋଡ ଖସିଯାଇଥିଲା । ସାନଭାଇ ବୁଡିଯାଉଥିବାର ଦେଖି ତାକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସି ଯାଇଥିଲେ ତପୁ । ସାନ ଭାଇ ସିନା ଉଦ୍ଧାର ହୋଇଗଲା କିନ୍ତୁ ତପୁ ଭିତରକୁ ଭାସିଯାଇଥିଲେ । ଘଟଣା ପ୍ରଘଟ ହେବା ପରେ ନଦୀ କୂଳରେ ଲୋକଙ୍କ ଭିଡ ଜମିଥିଲା । ଗତକାଲିଠୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ହେଲେ ଆଜି କିଛି ଲୋକ ଗୁରୁଦାସପୁର ନିକଟରେ ମୃତଦେହଟି ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

   Related Posts