ନଦୀ ପଠାରେ ପଡିଛି ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | September 09, 2020 IST

ସାଲେପୁର ୦୯।୦୯: ବିରୂପା ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମ ପଞ୍ଚାୟତର ସାନ କେଶରପୁର ଗାଁ ନିକଟରେ ମୃତଦେହ ଠାବ ହୋଇଛି । ମୃତଦେହ ଦେଖି ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି ।

ତେବ ଗତ ୪ ଦିନ ତଳେ ମଞ୍ଚେଶ୍ବର ପଞ୍ଚାୟତର ନବ କିଶୋର ଜେନା ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଧବଳେଶ୍ବର ମହାନଦୀରେ ଭାଷି ଯାଇଥିଲେ । ବହୁତ ଖୋଜା ଖୋଜି କଲା ପରେ ବି କୌଣସି ପତ୍ତା ମିଳିନଥିଲା । ତେଣୁ ବନ୍ୟା ପାଣିରେ  ଭାସି ଏହି ପଠାରେ ଲାଗିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଗ୍ରାମବାସୀ ଶବଟିକୁ ଦେଖି ଟାଙ୍ଗୀ ଥାନା ପୋଲିସକୁ ଖବର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.