ମୃତ ମା’ ସହ ୫ ଦିନ, ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ କବାଟ ଭାଙ୍ଗି ପୋଲିସ ଦେଖିଲା ଛାତିଥରା ଦୃଶ୍ୟ

Published By : Prameya-News7 Bureau | May 24, 2022 IST

ରାଉରକେଲା ୨୪।୦୫ : ମୃତ ମା ସହ ୫ ଦିନ । ମା’ର ମୃତଦେହ ନିକଟରେ ପାଞ୍ଚ ଦିନ ବସିରହିଲା ଦିବ୍ୟାଙ୍ଗ ଝିଅ । ରାଉରକେଲା ବାସନ୍ତି କଲୋନୀର ଘଟିଛି ଏପରି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଝିଅକୁ ଚିକିତ୍ସା ଲାଗି ମେଡିକାଲକୁ ପଠାଇଛି ।

{"id":633397,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଠିକା ଶ୍ରମିକ ଥିଲେ ନରୋତ୍ତମ ପୁରୀ । ସେ ବାସନ୍ତୀ କଲୋନୀର କ୍ୱାର୍ଟର୍ସ ନଂ.ଏଫ୍‌ଏଲ୍‌/୨୨୩ରେ ପତ୍ନୀ ମଞ୍ଜୁ ପୁରୀ (୭୦) ଓ ଝିଅ ପ୍ରିୟଙ୍କା (ଚିନୁ)ଙ୍କ ସହ ରହୁଥିଲେ । ଗତବର୍ଷ କରୋନାରେ ନରୋତ୍ତମ ଆଖି ବୁଜି ଦେଇଥିଲେ । ବାପାଙ୍କ ମୃତ୍ୟୁ ପରେ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଅନେକ ସମୟରେ ପ୍ରିୟଙ୍କା ଘର ଭିତରେ ପ୍ରଳାପ କରୁଥିଲେ । ମଞ୍ଜୁ ବାହାରକୁ କୁଆଡେ ଯାଉଥିଲେ ବାହାର ପଟୁ ତାଲା ପକାଇ ଯାଉଥିଲେ । କାରଣ କାଳେ ଝିଅ କବାଟ ଖୋଲି କୁଆଡ଼େ ପଳାଇଯିବ । ହେଲେ ୫ ଦିନ ଘରଟି ବନ୍ଦ ରହିଥିଲା । ବାହାରୁ ତାଲା ପଡ଼ିନଥିଲା ।

{"id":633399,"sizeSlug":"full","linkDestination":"none"}

ତେବେ କିଛି ଦିନ ହେଲା ଭିତରୁ କୌଣସି ଶବ୍ଦ ପାଖ ପଡୋଶୀ ଶୁଣି ନଥିବା କହିଛନ୍ତି । ସୋମବାର ସଂଧ୍ୟାରେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଥିଲେ । ଉଦିତନଗର ଥାନା ପୁଲିସ୍‌ କବାଟ ଖୋଲି ଗୋଟିଏ ଖଟରେ ମାଆର ଗଳିତ ମୃତଦେହ ଏବଂ ଅନ୍ୟ ଏକ ଖଟରେ ଝିଅଟି ଏକାକୀ ବସିଥିବା ଦେଖିଥିଲା । ପୁଲିସ୍‌ ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍‌ ନେଇଥିବା ବେଳେ ଝିଅକୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଛି । ମାଆର ମୃତ୍ୟୁ ବିଷୟରେ ଝିଅ କିଛି କହୁନଥିବାରୁ ପୁଲିସ୍‌ ଚିନ୍ତାରେ ପଡ଼ିଯାଇଛି । ପୁଲିସ୍‌ ସମ୍ପୃକ୍ତ ଘରକୁ ବନ୍ଦ କରିଛି । ମଙ୍ଗଳବାର ଘର ଭିତରେ ଛାନ୍‌ଭିନ୍‌ କରିବା ପରେ ସୁରାକ ଖୋଜିବାକୁ ଚେଷ୍ଟା କରିବ ପୁଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.