ଡ୍ୟାମ୍‌ରୁ ଠାବ ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | December 08, 2020 IST

ରାଇରଙ୍ଗପୁର ୦୮୯।୧୨: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତେଦହ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଖରିଆ ଗାଁ ନିକଟ ମହିଶାସିଙ୍ଗା ଡ୍ୟାମରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଖରିଆ ଗାଁ ନିକଟ ମହିଶାସିଙ୍ଗା ଡ୍ୟାମରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଯାହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଉଦ୍ଧାର କରିଛି । ମୃତ ଯୁବକ ବାଇଗଣ କୁଦର ଗାଁର ଦାମ ପୂର୍ତ୍ତି ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.