କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | August 01, 2020 IST

ନୀଳଗିରି ୦୧।୦୮: କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସିଆଡ଼ିମାଳ ପଂଚାୟତ ଭୁଟାସିମୁଳୀ ଅଞ୍ଚଳରେ କେନାଲରୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଧିନ ଭୁଟାସିମୁଳୀ ଗାଁର ବୁଧନ ସିଂ ଙ୍କ ଝିଅ ଚେମି ସିଂ (୨୪) ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲା। ହେଲେ ଦ୍ୱିପ୍ରହରରେ ଭୁଟାସିମୁଳୀ ତୁଳସୀମାଳୀ ଠାକୁରାଣୀ ଠାରେ ଖୋଲାଯାଇଥିବା କ୍ୟାନେଲ ନିକଟରେ ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। କେନାଲର ପାଣି ଉପରକୁ ପଡିଥିବା ବେଳେ ଗୋଡ଼ ଦୁଇଟି ପାଣି ଭିତରେ ପଡିଥିଲା।

ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଖବର ପାଇ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ମାତ୍ର ଦୁଇଫୁଟ ପାଣି ଥିବାରୁ ବୁଡିମରିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସାପ କାମୁଡ଼ା ହେଉ କିମ୍ବା ହୃଦଘାତ ହେଉ ବା ଅନ୍ୟ କିଛି ଅଘଟଣ ଘଟିବା ଅନୁମାନ କରାଯାଉଛି।

ଶବଟିର ପୋଷ୍ଟମୋଟମ ପାଇଁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲା । ରିପୋର୍ଟ ଆସିବା ପରେ  ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ନୀଳଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି। ତେବେ ମୃତ୍ୟୁକୁ ଏତେ ହାଲୁକା ଭାବେ ନିଆଯିବା ପୋଲିସ ଘଟଣା ସ୍ଥଳକୁ ତଦନ୍ତ ପାଇଁ ଯାଇ ଶବ ଜବତ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.