ନାଳରୁ ଅଚିହ୍ନା ମୃତଦେହ ଠାବ, ଗାତରେ ପଡିଛି ବାଇକ୍

Published By : Prameya-News7 Bureau | July 11, 2021 IST

ନିମାପଡ଼ା ୧୧।୦୭: ନିର୍ମାଣାଧୀନ ବ୍ରିଜ ନିକଟରୁ ମୃତଦେହ ଠାବ । ନିମାପଡ଼ା ଥାନା ପିପିଲି ମୁଖ୍ୟ ରାସ୍ତା ଦହିଜଙ୍ଗ ନିକଟରେ ଥିବା ନିର୍ମାଣାଧୀନ ବ୍ରିଜ ନିକଟରୁ ଠାବ ହୋଇଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଦହିଜଙ୍ଗ ଠାରେ ଚାଲିଥିବା ନିର୍ମାଣାଧୀନ ବ୍ରିଜ୍‌ ନିକଟରେ ଥିବା ଏକ ନାଳରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ନିକଟସ୍ଥ ପୋଲିସ ଥାନାକୁ ଖବର ଦିଆଯାଇଥିଲା । ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଠାରୁ କିଛି ଦୂରରେ ଏକ ହୋଣ୍ଡା ବାଇକ୍‌ ପଡିଥିବା ଦେଖିବାକୁ ମିଳିଛି । ଯାହାର ନମ୍ବର OR02BZ6078 ବୋଲି ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.