କୋଣାର୍କ ୦୨।୦୮: ପୁରୀ ଜିଲ୍ଲା ଗୋପ ଥାନା ନାଗପୁର ବାଟ ମଙ୍ଗଳା ପୀଠ କାଳିମନ୍ଦିରରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଦେବୀଙ୍କ କାଳିସି ଗୋବିନ୍ଦ ଚନ୍ଦ୍ର ମହାରଣା । ଘଟଣା ସ୍ଥଳରୁ ଏକ ସୁଇସାଇଡ଼ ନୋଟ୍ ମିଳିଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ତେବେ ଗୋବିନ୍ଦ ଚନ୍ଦ୍ର ସୁଇସାଇଡ଼ ନୋଟରେ ପୋଲିସ ବିରୋଧରେ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି।
{"id":308838,"sizeSlug":"large"}ସୂଚନା ଅନୁସାରେ କୌଣସି ଏକ ଘଟଣାକୁ ନେଇ ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା । ଘଟଣାକୁ ନେଇ ଗୋବିନ୍ଦ ଗୋପ ପୋଲିସକୁ ଜଣାଇଥିଲେ। । ତେବେ ପୋଲିସ ସେଥିପ୍ରତି ଗୁରୁତ୍ବ ଦେଇନଥିବାରୁ ଗୋବିନ୍ଦ ଚନ୍ଦ୍ର ଆତ୍ମହତ୍ୟା କରିଥିବା ଲୋକେ ଅଭଯୋଗ କରିଛନ୍ତି ।
{"id":308839,"sizeSlug":"large"}ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଭିତରପଟୁ ଘର ବନ୍ଦ ଥିଲା ଏବଂ ଘର ବାହାରେ ସୁଇସାଇଡ଼ ନୋଟ ପଡ଼ିଥିଲା। ପୋଲିସ ଏହାକୁ ଜବତ କରିଥିଲା । ମାଜିଷ୍ଟ୍ରେଟ ଆସିଲେ ଘର ଭଙ୍ଗାଯାଇ ମୃତଦେହ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି। ସେପଟେ ଗୋବିନ୍ଦଙ୍କ ହତ୍ୟା କରାଯାଇଥିବା ମଧ୍ୟ କିଛି ଲୋକ ସନ୍ଦେହ କରୁଛନ୍ତି।