ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ଟଙ୍ଗାଯାଇଛି !

Published By : Prameya-News7 Bureau | April 21, 2021 IST

କେନ୍ଦୁଝର ୨୧।୦୪: ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତ ମଧୁପୁର ଗାଁ ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ମୃତକ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ସମୟରେ ମଧୁପୁର ଗାଁ ଜଙ୍ଗଲରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତଦେହଟି ଫୁଲିଯିବା ସହ ପୋଚି ଷଢି ଦୁର୍ଗନ୍ଧ ହେଉଛି । ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ପୋଲିସର ପ୍ରାଥମିକ ତଦନ୍ତନୁସାରେ, ଏକ ଗାମୁଛାରେ ମୃତଦେହଟି ଝୁଲୁଥିବାର ଦେଖିବାକୁ ମିଳିଛି । ତେଣୁ ଯୁବକଙ୍କୁ ହତ୍ୟା କରି ଏଠାରେ ଟାଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.